fbpx

ଟ୍ରକ-ସ୍କର୍ପିଓ ଭିତରେ ଧକ୍କା: ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର ଆହତ

ଚମ୍ପୁଆ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା । ରୁଗୁଡି ଥାନା ବାରବାଙ୍କ ଘାଟି ରାସ୍ତାରେ ପୁଣି ଏକ ବଡ ଦୁର୍ଘଟଣା ଘଟିଯାଇଛି । ସ୍କର୍ପିଓ ଏବଂ ଟ୍ରକ ଭିତରେ ଦୁର୍ଘଟଣା ହେବାରୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ବେଳେ ଟ୍ରକକୁ ପଛପଟୁ ପିଟିଛି ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁରୁତର ଆହତ ମାନଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.