fbpx

ଧୋନୀଙ୍କୁ ଝଟକା ଦେଲେ ବେନ ଷ୍ଟୋକ୍ସ: ସିଜନ ଅଧାରୁ ୟେଲୋ ଆର୍ମିରୁ ନେବେ ବିଦାୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ସିଜନ ଅଧାରୁ ଦଳରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୨୦୨୩ ଆଇପିଏଲ ସିଜନର ସମସ୍ତ ମ୍ୟାଚ ପାଇଁ ଷ୍ଟୋକ୍ସ ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଆୟରଲାଣ୍ଡ ଟେଷ୍ଟ ଏବଂ ଆସେଜ ଟେଷ୍ଟ ପାଇଁ ସ୍ୱଦେଶ ଫେରିଯିବେ ବୋଲି କହିଛନ୍ତି ବେନ ଷ୍ଟୋକ୍ସ ।

ବେନ ଷ୍ଟୋକ୍ସଙ୍କ ସହିତ ଇଂଲଣ୍ଡର ଆହୁରି ଅନେକ ଖେଳାଳି ଆଇପିଏଲରେ ସାମିଲ ହେବାକୁ ଯାଉଛନ୍ତି । କିନ୍ତୁ ଆୟରଲାଣ୍ଡ ଟେଷ୍ଟ ଏବଂ ଆସେଜ ସିରିଜ ପାଇଁ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଆଇପିଏଲକୁ ଅଧାରୁ ଛାଡିବା ନେଇ ସ୍ପଷ୍ଟ କରିଛନ୍ତି । ପୂର୍ବରୁ କାଇଲ ଜାମିସନ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ବେନ ଷ୍ଟୋକ୍ସ ମଧ୍ୟ ଅଧାରୁ ଧୋନୀଙ୍କ ହାତ ଛାଡିବେ । ଏହାକୁ ନେଇ ଏବେ ଚିନ୍ତାରେ ପଡିଛି ଚେନ୍ନାଇ ସୁପର କିଙ୍ଗସର ଟିମ ମ୍ୟାନେଜମେଣ୍ଟ ।

ବେନ ଷ୍ଟାକ୍ସ ଏବେ ଦମଦାର ଫର୍ମରେ ରହିଥିବା ବେଳେ ଚଳିତ ଆଇପିଏଲରେ ତାଙ୍କ ପାଇଁ ବିଭିନ୍ନ ଦଳ ମଧ୍ୟରେ ଖୁବ ଲଢେଇ ଦେଖିବାକୁ ମିଳିଥିଲା । ତେବେ ଶେଷରେ ଚେନ୍ନାଇ ସୁପର କିଙ୍ଗସ ୧୬.୨୫ କୋଟିରେ ତାଙ୍କୁ ଦଳରେ ସାମିଲ କରି ବାଜି ମାରି ନେଇଛି ।

Get real time updates directly on you device, subscribe now.