fbpx

ରାଜ୍ୟରେ ରେଡ଼ ଜୋନରେ ୩ଜିଲ୍ଲା

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): କରୋନା ହଟସ୍ପଟ୍ ଭାବେ ରେଡ଼୍ ଜୋନରେ ଓଡ଼ିଶାର ୩ଟି ଜିଲ୍ଳା ରହିଛି । ୩ଜିଲ୍ଳାଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଳା ରହିଛି । ୬ଜିଲ୍ଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି । ତେବେ ଭୁବନେଶ୍ୱର ପୂର୍ବରୁ ରେଡ଼ ଜୋନରେ ଥିବା ବେଳେ ବର୍ତ୍ତମାନ ଅରେଞ୍ଜ ଜୋନରେ ରହିଛି । ଗ୍ରୀନ ଜୋନରେ ଓଡ଼ିଶାର ୨୧ଟି ଜିଲ୍ଲା ସାମିଲ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତାଜା ତାଲିକା ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୪୩ ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.