fbpx

ମହଙ୍ଗା ପଡିଲା କ୍ୱାରେଣ୍ଟାଇନ୍ ମିଛ, ନିଲମ୍ବିତ ହେଲେ ୩ ପୋଲିସ

କରୋନା ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଡ୍ୟୁଟିରୁ ବଞ୍ଚିବା ପାଇଁ ମିଛ କହିବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡିଛି । ମିଛ ଯୋଗୁଁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ସୂଚନା ମୁତାବକ, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନରେ ୩ ପୋଲିସ କର୍ମୀଙ୍କ ଡ୍ୟୁଟି ପଡିଥିଲା । ସେମାନେ କରୋନା ସଂକ୍ରମିତ ସବ୍-ଇନ୍ସପେକ୍ଟର ସମ୍ପର୍କରେ ଆସିଥିବା ଦାବି କରି ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ଥିଲେ । କିନ୍ତୁ ସେମାନଙ୍କ ରେକର୍ଡ ଯାଞ୍ଚ କରିବା ପରେ ପ୍ରକୃତ ସତର ଖୁଲାସା ହୋଇଥିଲା । ସବ୍-ଇନ୍ସପେକ୍ଟର ନୁହେଁ ବରଂ ଏସଆଇଙ୍କ ସହ ସେମାନଙ୍କ ଡ୍ୟୁଟି ଥିବା ଜଣାପଡିଥିଲା । ଖୁଲାସା ପରେ ମିଛ କହିଥିବା ୩ କର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଛି ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.