fbpx

କୋଭିଡରୁ ମୁକ୍ତି ପାଇଁ ୩ ଡୋଜ୍ ଟିକା ନେବାକୁ ପଡ଼ିବ: ଫାଉଚୀଙ୍କ ଦାବି

ୱାଶିଂଟନ୍: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶା ଆଶଙ୍କା ଲାଗି ରହିଥିବାରୁ ଟିକାକୁ ଏବେ କା ସମୟରେ ଅଧିକ ଗୁରୁତ୍ୱର ସହିତ ନେଇଛନ୍ତି କେନ୍ଦ୍ର ତଥା ବିଭିନ୍ନ ରାଜ୍ୟର ସରକାର । କିନ୍ତୁ ଏହା ପରେ ବି ଅନେକ ଲୋକ ଦୁଇରୁ ତିନିଥର କୋଭିଡ୍ ରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଆମେରିକା ସମେତ କିଛି ଦେଶରେ ହାଇ ରିସ୍କ ଥିବାରୁ କୋଭିଡ୍ ର ତିନିଟି ଡୋଜ୍ ଦିଆଯାଉଛି । ଏନେଇ ହ୍ୱାଇଯ୍ ହାଉସ୍ ର ମେଡିକାଲ ଆଡଭାଇଜରୀ ଡାକ୍ତର ଆନ୍ଥୋନୀ ଫାଉଚୀ କହିଛନ୍ତି ଯେ, ଆଗାମୀ ସମୟରେ ଲୋକ ମାନଙ୍କ ତିନି ଲେଖାଏଁ ଡୋଜ୍ ଟିକା ନେବାକୁ ପଡ଼ିପାରେ ।

ତାଙ୍କ କହିବା କଥା ଯେ, ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଶରୀରରୁ ଆଣ୍ଟିବଡ଼ି ସରି ସରି ଯାଉଛି । ଗୁରୁବାର ଦିନ ଏସମ୍ପର୍କି ଅନେକ ତଥ୍ୟ ଦେଇଛନ୍ତି ଫାଉଚୀ । ତେବେ ଇସ୍ରାଏଲରେ ଦ୍ରୁତ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ତେଣୁ ସେଠାରେ ଟିକାର ବୁଷ୍ଟର୍ ଡୋଜ୍ ଦିଆଯାଉଛି । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତିନି ଲେଖାଏଁ ଡୋଜ୍ ଦିଆଯାଇଛି ଓ ଏହାର ଖୁବ୍ ଭଲ ପ୍ରଭାବ ସେମାନଙ୍କ ଠାରେ ଦେଖାଦେଇଛି । ସେମାନେ ସମସ୍ତଙ୍କୁ ଫାଇଜର୍ ଟିକା ଦିଆଯାଇଛି । ଯେଉଁ ମାନଙ୍କୁ ତିନିଟି ଡୋଜ୍ ଦିଆଯାଇଛି ସେମାନଙ୍କ ଠରେ କୋଭିଡ୍ ଭାଇରସ୍ ସଂକ୍ରମିତ କରିବାର ଆଶଙ୍କା ୧୦ ପ୍ରତିଶତ ରହିଛି ।

Get real time updates directly on you device, subscribe now.