fbpx

ଜନ୍ମାଷ୍ଟମୀ ଉପବାସ ରଖିବାରୁ ପିଲାଙ୍କୁ ମାଡ଼ ମାରିଲେ ଶିକ୍ଷକ, ହେଲେ ନିଲମ୍ବିତ

ଛତିଶଗଡ଼: ଏକ ସରକାରୀ ସ୍କୁଲର ଶିକ୍ଷକ ଜନ୍ମାଷ୍ଟମୀ ଅବସରରେ ଉପବାସ ରଖିବାରୁ ଛାତ୍ରୀଙ୍କୁ ମାଡ଼ ମାରିଛନ୍ତି ଓ ପରେ ସ୍କୁଲରୁ ନିଲମ୍ବିତ କରିଛନ୍ତି । ଏନେଇ ଗୁରୁବାର ଦିନ ସୂଚନା ଦିଆଯାଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର କୋଣ୍ଡାଗାଓଁରୁ । ରାୟପୁର ଠାରୁ ୨୦୦ କିମି ଦକ୍ଷିଣରେ ଥିବା କୋଣ୍ଡାଗାଓଁର ଗିରୋଳା ଅଞ୍ଚଳର ଏକ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତି ଶିକ୍ଷକ ଚରଣ ମରକାମ । ଏହି ସରକାରୀ ସ୍କୁଲରେ ଶିକ୍ଷକ ଏପରି କରିଥିବା ଖବର ରହିଛି ।

ପୋଲିସ୍ କହିଛି ଯେ, ପଞ୍ଚାୟତ ଓ ଗ୍ରାମର କିଛି ଲୋକ ଅଭିଯୋଗ କରିଥିଲେ ଯେ, ମଙ୍ଗଳବାର ଦିନ ସ୍କୁଲର ସପ୍ତମ ଓ ଅଷ୍ଟମ ଶ୍ରେଣୀର କିଛି ଛାତ୍ରୀଙ୍କୁ ମରକାମ ମାଡ଼ ମାରିଛନ୍ତି । ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ମରକାମ ସ୍କୁଲର ପିଲାମାନଙ୍କୁ କହିଥିଲେ ଯେ, ଜନ୍ମାଷ୍ଟମୀ ଉତ୍ସବରେ କେଉଁ ମାନେ ଉପବାସ ରଖିଛ ହାତ ଟେକ । ଏହାପରେ କିଛି ପିଲା ହାତ ଟେକିଥିଲେ । ଆଉ ଶିକ୍ଷକ ସେମାନଙ୍କୁ ମାରିବାକୁ ଲାଗିଲେ ।

Get real time updates directly on you device, subscribe now.