fbpx
BSKY
BJD MC SKY
BJD YOUTH SKY

ମେ ୧୪ରେ ହେବ ସାକ୍ଷାତକାର: ୩ଟି ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସିପାଲ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ତିନୋଟି ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ସେଥିପାଇଁ ମୋଟ ୭ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସାକ୍ଷାତକାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୪ ତାରିଖ ସକାଳ ୧୧ଟା ସମୟରେ କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଏହି ସାକ୍ଷାତକାର ନିଆଯିବ । ପ୍ରାର୍ଥୀଙ୍କର ତାଲିକା ଓପିଏସସି ୱେବସାଇଟରେ ଜାରି କରାଯାଇଛି । ଇଣ୍ଟରଭ୍ୟୁର ଅଧ ଘଣ୍ଟା ପୂର୍ବରୁ ଧାର୍ଯ୍ୟ ଠିକଣାରେ ପହଞ୍ଚିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସିପାଲ ପଦ ପୂରଣ ପାଇଁ ଗତ ବର୍ଷ ଡିସେମ୍ବର ୨୭ରୁ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ଚାଲିଥିଲା । ରାଜ୍ୟର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର, ସରକାରୀ ଇଞ୍ଜିନିୟରିଂ କଲେଜ କେଉଁଝର ଓ ସରକାରୀ ଇଞ୍ଜିନିୟରିଂ କଲେଜ କଳାହାଣ୍ଡିରେ ଏହି ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ଇଞ୍ଜିନିୟରିଂ କଲେଜରେ ଗୋଟିଏ ଲେଖାଏଁ ପଦ ଖାଲି ରହିଥିଲା । ସମସ୍ତ ପଦରେ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷ ଅବଧି ପାଇଁ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.