fbpx
BSKY
BJD SHG SKY
BJD YOUTH SKY

ହାଇଦ୍ରାବାଦରେ ବାଦଲଫଟା ବର୍ଷା ହେଲା କାଳ, କାନ୍ଥ ଖସିପଡି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ବାଦଲଫଟା ବର୍ଷା ହେବା କାରଣରୁ ବଡ଼ ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳରେ ଏକ ନିର୍ମାଣଧୀନ ଘରର କାନ୍ଥ ଖସିବା ହେତୁ ଚାରି ବର୍ଷର ଶିଶୁ ସମେତ ସାତ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଦ୍ୱାରା ବୁଧବାର ଦିନ ଏହି ସୂଚନା ଦିଆଯାଇଛି । ପୋଲିସ କହିଛି ଯେ, ଏହି ଘଟଣା ମଙ୍ଗଳବାର ରାତିର ଅଟେ । ଏହି ଘଟଣାରେ ମୃତ୍ୟୁ ବରଣ କରିଥବା ଲୋକେ ଓଡ଼ିଶା ଏବଂ ଛତିଶଗଡର ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି । ପୋଲିସ କହିଛି ଯେ, ବୁଧବାର ସକାଳେ ମେସିନ ସହାୟତାରେ ଖୋଳାଯିବା ପରେ ଶବ ଗୁଡିକୁ ଉଦ୍ଧାର କରାଯାଇଛି ।

ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ମଙ୍ଗଳବାର ଦିନ ବାଦଲଫଟା ବର୍ଷା ହୋଇଥିଲା । ସହରର ଅନେକ ସ୍ଥାନରେ ଜଳମଗ୍ନ କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗ୍ରେଟର ହାଇଦ୍ରାବାଦ ନଗର ନିଗମର ଅଧିକାରୀମାନଙ୍କ ଅନୁଯାୟୀ, ଡିଆରଏଫର ଟିମକୁ ପାଣି ବାହାରକରିବା ଏବଂ ରାସ୍ତାରେ ପଡିଥିବା ଗଛ କାଟିବା କାମରେ ଲଗାଯାଇଛି ।

Get real time updates directly on you device, subscribe now.