fbpx
BSKY
BJD SHG SKY
BJD YOUTH SKY

ଏୟାରଲାଇନ୍ସର ଚିନ୍ତା ବଢ଼ାଇଲେ କ୍ରୁ ସଦସ୍ୟ, ‘Mass Sick Leave’ ଯୋଗୁଁ ବାତିଲ ହେଲା ୭୦ରୁ ଉର୍ଦ୍ଧ୍ୱ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଣ

ନୂଆଦିଲ୍ଲୀ: ଆପଣ ଯଦି ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସରୁ ବିମାନ ଟିକେଟ ବୁକ୍ କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ବୁଧବାର ଏୟାର ଇଣ୍ଡିଆ ଏହାର ଆନ୍ତର୍ଜାତୀୟ ଏବଂ ଘରୋଇର ୭୦ରୁ ଉର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ କରିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର କେବିନ୍ କ୍ରୁ ସଦସ୍ୟମାନେ ସାମୂହିକ ଛୁଟିରେ ଯିବା କାରଣରୁ ସମସ୍ତ ବିମାନର ଉଡ଼ାଣକୁ ବାତିଲ କରାଯାଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କେବିନ୍ କ୍ରୁ ସଦସ୍ୟମାନେ ନିଜ ଫୋନ୍ ସ୍ୱିଚ୍ ଅଫ୍ କରିଥିବା ଜଣାପଡ଼ିଛି । ଏନେଇ ପିଟିଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ସୂଚନାରୁ ପ୍ରକାଶ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ ହେବାକୁ ଯାଉଛି । ତେଣୁ ଉଭୟ ବିମାନର ପାଇଲଟ ଏବଂ କ୍ରୁ ସହସ୍ୟ ଅନୁଭବ କରୁଛନ୍ତି ଯେ ଏହା ସେମାନଙ୍କ ଚାକିରି ପାଇଁ ବିପଦ ସୃଷ୍ଟି କରିପାରେ । ସେଥିପାଇଁ ସମସ୍ତେ ଏହାର ବିରୋଧ କରୁଛନ୍ତି । ମଙ୍ଗଳବାର ରାତିରେ ଏହି ବିରୋଧ ବୃଦ୍ଧି ପାଇବା ଫଳରେ ଶେଷ ମୁହୂର୍ତ୍ତରେ କେବିନ୍ କ୍ରୁ ସଦସ୍ୟଙ୍କ ଏକ ବିଭାଗ ଅସୁସ୍ଥତା ହେବାର ସୂଚନା ଦେଇଥିଲେ । ପରିମାଣ ସ୍ୱରୂପ ବିମାନ ଉଡ଼ାଣରେ ବିଳମ୍ବ ଦେଖାଦେଇଥିଲା ଏବଂ ଏହାକୁ ବାତିଲ କରାଯାଇଥିଲା । ଏୟାରଲାଇନ୍ସର ଏକ ଟିମ୍ ସକ୍ରିୟ ଭାବେ ଏହି ମାମଲାର ତଦନ୍ତ ଜାରି ରଖିଛି ଯଦ୍ୱାରା ଅତିଥିମାନଙ୍କ ଅସୁବିଧା ହ୍ରାସ ହୋଇପାରିବ । ଏହା ବ୍ୟତୀତ ଏୟାର ଇଣ୍ଡିଆର ପ୍ରବକ୍ତା କହିଥିଲେ,‘ଏହି ଅସୁବିଧା ପାଇଁ ସମସ୍ତ ଅତିଥିଙ୍କ ପାଖରେ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ । ଏଭଳି ସ୍ଥିତି ଆମେ ପ୍ରଦାନ କରୁଥିବା ସେବାର ମାନକୁ ପ୍ରତିଫଳିତ କରେ ନାହିଁ । ଏହି ବିମାନ ଉଡ଼ାଣ ବାତିଲ ଦ୍ୱାରା ପ୍ରଭାବିତ ଅତିଥିଙ୍କ ଟଙ୍କା ଫେରସ୍ତ କିମ୍ବା ଏକ ନୂତନ ତାରିଖରେ କମ୍ପ୍ଲିମେଣ୍ଟାରୀ ରିସିଡ୍ୟୁଲ କରାଯିବ । ତେବେ ଏହି ଘଟଣାକୁ ନେଇ ଅନେକ ଏୟାର ଇଣ୍ଡିଆ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସୋସିଆଲ ମିଡିଆରେ ହଠାତ ବିମାନ ଉଡ଼ାଣ ବାତିଲ ହେବା ନେଇ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.