fbpx

କମ୍ପ୍ୟୁଟରରେ ଅଶ୍ଲିଳ ଭିଡ଼ିଓ ଦେଖୁଥିଲେ ୩ ଜଜ୍‌, ପରେ ହେଲା ଏପରି…

କାମ ସମୟରେ ପର୍ସନାଲ କମ୍ପ୍ୟୁଟର କିମ୍ବା ମୋବାଇଲରେ ଅଶ୍ଲିଳ ଭିଡ଼ିଓ ଦେଖାଯିବା ଘଟଣା କେବଳ ଭାରତରେ ଘଟୁନାହିଁ । ବିଦେଶରେ ମଧ୍ୟ ଏପରି କାର୍ଯ୍ୟ ବେଶ୍ ଚାଲିଛି । ତେବେ କେବଳ ସାଧାରଣ ଲୋକ ନୁହେଁ, ଉଚ୍ଚପଦରେ ଥିବା ବ୍ୟକ୍ତିମାନେ ମଧ୍ୟ ଏପରି କାର୍ଯ୍ୟରେ ଲିପ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଇଂଲଣ୍ଡରେ ୩ଜଣ ଜଜ୍ ଅଫିସରେ କାମ ସମୟରେ ନିଜ କମ୍ପ୍ୟୁଟର ମାଧ୍ୟମରେ ଅଶ୍ଲିଳ ଫିଲ୍ମ ଦେଖିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହି ଜଜଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି । ଜଣେ ଜଜ୍ ନିଜ ପଦରୁ ଇସ୍ତଫା ଦେଇ ସାରିଲେଣି । ଏନେଇ ଅଭିଯୋଗ ହେବା ପରେ ୩ ଜଜଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି । ବ୍ରିଟେନ୍‌ର ପ୍ରମୁଖ ଖବରକାଗଜ ‘ଦ ଗାର୍ଡିଏନ୍‌’ର ରିପୋର୍ଟ ଅନୁସାରେ ଅଭିଯୁକ୍ତ ୩ ଜଜଙ୍କ ବିରୋଧରେ ‘କ୍ଷମତାର ଦୁରୁପଯୋଗ’ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ହେଉଛନ୍ତି ଟିମୋଥି ବାଉଲ୍ସ, ଇମିଗ୍ରେସନ୍ ଜଜ୍ ୱାରେନ୍ ଗ୍ରାଣ୍ଟ ଏବଂ ଉପ ଜିଲ୍ଲା ଜଜ୍ ପିଟର ବୁଲୋକ୍ । ଅଭିଯୋଗ ଆସିବା ପରେ ଜଣେ ଜଜ୍ ନିଜ ଆଡ଼ୁ ଇସ୍ତଫା ଦେଇଥିବା ବେଳେ ଅନ୍ୟ ୨ଜଣଙ୍କୁ ପଦରୁ ହଟାଯାଇଛି । ତେବେ ଯାଞ୍ଚ ସମୟରେ ଲର୍ଡ ଚାନ୍ସଲର କ୍ରିସ୍ ଗ୍ରେୟଲିଙ୍ଗ୍ ଏବଂ ଲର୍ଡ ଚିଫ୍ ଜଷ୍ଟିସ ଥାମସ ଏହି ବିଷୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଯେ, ଅଶ୍ଲିଳ ଭିଡ଼ିଓ ମଧ୍ୟରେ ଚାଇଲ୍ଡ ପୋର୍ନ ନାହିଁ । ମାମଲାର ଅଧିକ ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.