fbpx

୧୭ ପରେ ହୋଇପାରେ ପରୀକ୍ଷା

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି । ତେଣୁ ଏହାପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଛୁଟିରେ ପାଠପଢ଼ାରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।
ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା ନେଇ କୂଳପତିଙ୍କ ସହ ଆଲୋଚନା ହେବ । ସମସ୍ତ କୂଳପତିଙ୍କ ସହ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ଏକ ୭ଜଣିଆ କମିିଟି ଗଠନ କରିଛି । କମିଟି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଏହାର ଅନୁଧ୍ୟାନ କରିବେ । ପରେ ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏହାସହ ଆସନ୍ତା ୨୦ରୁ ଉଚ୍ଚଶିକ୍ଷା ବିଭାଗ ଅଫିସର କାର୍ଯ୍ୟାଳୟ ଆସିବେ । ଗ୍ରୁପ- ଏ ଅଫିସର କାର୍ଯ୍ୟାଳୟ ଆସିବା ବାଧ୍ୟତାମୂଳକ କରାଯିବ । ଗ୍ରୁପ ସି ଓ ଡି କର୍ମଚାରୀ ଅଳ୍ପ ସଂଖ୍ୟାରେ ଆସିବେ । ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.