fbpx
BSKY
BJD MC SKY
BJD YOUTH SKY

ଯୁଦ୍ଧର ଭୟଙ୍କର ପରିସ୍ଥିତିରେ ୟୁକ୍ରେନ: ଏବେ ବି ରାଷ୍ଟ୍ରପତିଙ୍କ ପାଖରେ ରହିଛି ୩ଟି ରାସ୍ତା, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ଦୁଇ ଦିନରୁ ଜାରି ରହିଛି ୟୁକ୍ରେନ-ରୁଷ ମହାଯୁଦ୍ଧ । ୟୁକ୍ରେନର ରାଜଧାନୀ ସମେତ ତିନି ପଟରୁ ଦେଶକୁ ଘେରି ରହିଛି ରୁଷ ସେନା । ଫଳରେ ୟୁକ୍ରେନ ନିଜକୁ ଏକା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ତେବେ ଏଥି ମଧ୍ୟରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଏକ ବୟାନ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଚମକାଇ ଦେଇଛି । ରୁଷ ଏବେ ୟୁକ୍ରେନ ସହିତ ଆଲୋଚନା କରି ଯୁଦ୍ଧ ରୋକିବାକୁ ପ୍ରସ୍ତୁତ ହୋଇଛି । କିନ୍ତୁ ଏଥିପାଇଁ ରକିଛି ଏକ ବିରାଟ ସର୍ତ୍ତ । ଦେଶର ସୈନ୍ୟମାନଙ୍କୁ ଅସ୍ତ୍ରତ୍ୟାଗ କରି ସମର୍ପଣ କରିବା ପାଇଁ ସର୍ତ୍ତ ରଖିଛି ରୁଷ । ତେବେ ଏହାର ନିଷ୍ପତ୍ତି ନେବା କଷ୍ଟକର ହେଲେ ବି ୟୁକ୍ରେନ ରାଷ୍ଟ୍ରପତିଙ୍କ ପାଖରେ ଏବେ ରହିଛି ମାତ୍ର ୩ ଟି ରାସ୍ତା ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କିଙ୍କ ପାଖରେ ତିନୋଟି ରାସ୍ତା ରହିଛି । ପ୍ରଥମ ଯୁଦ୍ଧରେ ହାର ମାନି ଆତ୍ମ ସମର୍ପଣ କରିବେ ନଚେତ ଦେଶ ଛାଡି ପଳାୟନ କରିବେ । ତେବେ ଶେଷ ରାସ୍ତା ଭାବେ ସେ ରୁଷ ସେନାଙ୍କ ଦ୍ୱାରା ଯଦି ଗିରଫ ହୋଇ ଯାଆନ୍ତି ତେବେ ଏହି ରକ୍ତପାତ ବନ୍ଦ ହୋଇ ପାରିବ । କାରଣ ରୁଷର ପ୍ରଥମ ଟାର୍ଗେଟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର । ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୌଣସି ନିଷ୍ପତ୍ତି ନ ନେଲେ ରୁଷ ସେନା ରାଷ୍ଟ୍ରପତି ଭବନ ଉପରେ ମଧ୍ୟ ଆକ୍ରମଣ କରି କବଜା କରି ପାରନ୍ତି । ତେବେ ଏହି ତିନୋଟି ରାସ୍ତା ଭିତରୁ କ’ଣ ବାଛିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ?

Get real time updates directly on you device, subscribe now.