fbpx
BSKY SKY
BSKY SKY

ରୁଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଆକାଶରୁ ଖସୁଛି ବୋମା, ଆଶ୍ରୟସ୍ଥଳୀରେ ଜନ୍ମ ନେଉଛନ୍ତି ନବଜାତ

BSKY

ନୂଆଦିଲ୍ଲୀ: ରୁଷ ସେନା ମିସାଇଲ ସହ ସହରଗୁଡ଼ିକୁ ଟାର୍ଗେଟ କରି ୟୁକ୍ରେନ ଭିତରକୁ ପ୍ରବେଶ କରିବାରେ ଲାଗିଛି । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ ୟୁକ୍ରେନ ବାସୀ ସୁରକ୍ଷିତ ସ୍ଥାନକୁ ଯିବାର ମଧ୍ୟ ଦେଖାଯାଉଛି । ନିଜ ପିଲାଙ୍କୁ ସୁରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ଯାଉଥିବାର ଦେଖାଯାଉଛି । ରୁଷ ମିଶାଇଲ ଟାର୍ଗେଟ ରହିଛି ଅନେକ ସହର । ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷ ନବଜାତ ଶିଶୁଙ୍କୁ ନେଇ ଅସ୍ଥାୟୀ ବୋମା ଆଶ୍ରୟ ସ୍ଥଳୀରେ ଶରଣ ନେଇଥିବାର ଦେଖାଯାଇଛି ।

ନୁୟର୍କ ଟାଇମ୍ସ ଟ୍ୱିଟରରେ ୟୁକ୍ରେନର ନିପ୍ରୋପେଟ୍ରୋସ ଓବ୍ଲାଷ୍ଟ ଶିଶୁ ହସ୍ପିଟାଲର ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଏନଆଇସିୟୁରେ ଭର୍ତ୍ତି ନବଜାତ ଶିଶୁଙ୍କୁ କମ୍ବଳ ଘୋଡ଼ାଇ ଏକ ଲାଇନରେ ଶୁଆଇ ଚିକିତ୍ସା କରାଯାଉଥିବାର ଦେଖାଯାଇଛି । ଅନ୍ୟ ଛୋଟ ପିଲାଙ୍କୁ ହସ୍ପିଟାଲ କର୍ମଚାରୀଙ୍କ ଦ୍ୱାରା ଛୋଟ ରୁମରେ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ପ୍ରଥମେ ଆକ୍ରମଣ କରିବା ପରେ ହିଁ ନିପ୍ରୋ ସହର ଉପରେ ରୁଷ ମିଶାଇଲ କ୍ଷେପଣ କରିଥିଲା । ୟୁକ୍ରେନର ଅନେକ ଗାଁ ଏବଂ ସହରରେ ରହୁଥିବା ଲୋକମାନେ ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି । ଯେଉଁଥିରେ ରୁଷ ସେନାର ଲଢ଼ୁଆ ବିମାନ, ହେଲିକପ୍ଟର ୟୁକ୍ରେନ ଆକାଶରେ ଉଡ଼ୁଥିବାର ନଜର ଆସିଛି ।

Get real time updates directly on you device, subscribe now.