fbpx

କାଶ୍ମୀର ସୋପିଆନରେ ଏନକାଉଣ୍ଟର୍: ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଛ ପରେ ସୋପିଆନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀରର ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ଖାଲି ସେତିକି ନୁହେଁ ଏହା ଭିତରେ ସୂଚନା ମିଳିଛି ଯେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ବିହାରର ବୀରେନ୍ଦ୍ର ପାସୱାନ୍ ଙ୍କ ହତ୍ୟାକାରୀ ମଧ୍ୟ ସାମିଲ ଥିଲା । ତେବେ ଏହି ଏନକାଉଣ୍ଟର୍ ପରେ ସୋପିଆନ୍ ରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜମ୍ମୁ-କାଶ୍ମୀରର ଡିଜିପି ଦିଲୱାଗ ସିଂ କହିଛନ୍ତି ଯେ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସୋପିଆନ୍ ରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏଥିସହିତ ତୁଲରାମରେ ମଧ୍ୟ ଆତଙ୍କବାଦୀଙ୍କ ଗତିବିଧି ରହିଛି । ତେଣୁ ସେ ଅଞ୍ଚଳରେ ମଧ୍ୟ କୁହାଯାଉଛି ଯେ, ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ତେବେ ସୋପିଆନ୍ ରେ ହୋଇଥିବା ଗୁଳି ବିନିମୟରେ ନିହତ ହୋଇଥିବା ତିନି ଜଣ ଆତଙ୍କୀଙ୍କ ଠାରୁ ସୁରକ୍ଷା ବଳ ଗୋଳା ବାରୁଦ ଜବତ କରିଛନ୍ତି । ତେବେ ଏହି ତିନି ଜଣ ଟିଆରଏଫ୍ ସଦସ୍ୟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.