fbpx

ଭଲ Cibil Score ଥିଲେ ଆପଣ ସହଜରେ ପାଇପାରିବେ Loan, ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର କ୍ରେଡିଟ ସ୍କୋର ୭୫୦ରୁ କମ୍ ହୋଇଥିବ, ତେବେ ଆପଣଙ୍କର ଲୋନ ଆପିଲିକେସନ ରିଜେକ୍ଟ ହୋଇଯାଇଥାଏ । ସେଥିପାଇଁ କ୍ରେଡିଟ ସ୍କୋର ଭଲ ରହିବା ନିହାତି ଜରୁରୀ । ତେବେ ଏପରି କିଛି ଦିଗ ପ୍ରତି ଧ୍ୟାନ ଦେଇ ଆପଣ ସିବିଲ ସ୍କୋରକୁ ଅଧିକ ବଢ଼ାଇ ପାରିବେ । ହୋମ ଲୋନ, ବାଇକ୍ ଲୋନ, ପର୍ସନାଲ ଲୋନ ଆଦି ସମସ୍ତ ଲୋନ ପାଇଁ ବ୍ୟାଙ୍କ ସର୍ବଦା ସିବିଲ ସ୍କୋରକୁ ଚେକ କରିଥାଏ । ଏହାକୁ କ୍ରେଡିଟ ସ୍କୋର ମଧ୍ୟ କୁହାଯାଇଥାଏ । ଏହି ଦସ୍ତାବିଜ ମାଧ୍ୟମରେ କର୍ଜଧାରକଙ୍କ କ୍ରେଡିଟ ବିହେବିୟର ସଂପର୍କରେ ସୂଚନା ମିଳିଥାଏ । ବ୍ୟାଙ୍କ କର୍ଜଧାରକଙ୍କ କ୍ରେଡିଟ ସ୍କୋରକୁ ପାଥେୟ କରି ସେ ଠିକ ସମୟରେ ଲୋନ ସୁଝିଛନ୍ତି କି ନାହିଁ ଜାଣିପାରିଥାଏ । ଏହାଛଡ଼ା ବ୍ୟକ୍ତିଜଣକ କୌଣସି ଲୋନ ପେମେଣ୍ଟର ଡିଫୋଲ୍ଟ ବା କୌଣସି ଇଏମଆଇ ଭରୁଛନ୍ତି ନା ନାହିଁ ସେନେଇ ଦୃଷ୍ଟି ଦେଇଥାଏ ।

ତେବେ ଭଲ ସିଭିଲ ସ୍କୋର ପାଇଁ ଆପଣ କ୍ରେଡିଟ କାର୍ଡ ବିଲ, ଇଏମଆଇ ଠିକ ସମୟରେ ଭରନ୍ତୁ । କୌଣସି ବାକି ରାଶି ଦ୍ୱିତୀୟ ଥର ଭରିବା ଫଳରେ ଆପଣଙ୍କ କ୍ରେଡିଟ ରେଟିଂ ଖରାପ ହୋଇଥାଏ । ଏକ ସମୟରେ ଏକାଧିକ ଲୋନ ନେବାରୁ ନିବୃତ୍ତ ରହୁନ୍ତୁ । ଗୋଟିଏ ଲୋନ ସୁଝି ସାରିବା ପରେ ଆଉ ଗୋଟିଏ ନିଅନ୍ତୁ । କ୍ରେଡିଟ କାର୍ଡର କ୍ରେଡିଟ ଲିମିଟର ମାତ୍ର ୩୦ ପ୍ରତିଶତ ଖର୍ଚ୍ଚ କରନ୍ତୁ । କର୍ଜ ସୁଝିବା ପାଇଁ ଅନ୍ତିମ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । କ୍ରେଡିଟ ଲିମିଟକୁ ବୃଦ୍ଧି କରନ୍ତୁ ମାତ୍ର ଖର୍ଚ୍ଚକୁ ସୀମିତ ରଖିବା ଫଳରେ ଆପଣଙ୍କ ସିବିଲ ସ୍କୋର ଭଲ ରହିଥାଏ । ନିଜର କ୍ରେଡିଟ ସ୍କୋର ଚେକ କରିବା ସହ ତାହା ତ୍ରୁଟିବିହୀନ ହୋଇଥିବା ନେଇ ଚେକ୍ କରିନିଅନ୍ତୁ ।

Get real time updates directly on you device, subscribe now.