ରାୟପୁର: ଛତିଶଗଡ଼ ବିଜାପୁରରେ ୫ ମାଓବାଦୀଙ୍କୁନ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫର କୋବ୍ରା ବାଟାଲିଅନ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେସିଆଲ ଟାସ୍କ ଫୋର୍ସର ମିଳିତ ଅପରେଶନରେ ଏହି ସଫଳତା ମିଳିଥିବା କୁହାଯାଉଛି ।
ଆଜି ସକାଳୁ ସର୍ଚ୍ଚ ଅପରେଶନ ବେଳେ ମାଓବାଦୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୫ ମାଓବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେଶନରେ ୨ ଯବାନ ଆହତ ହୋଇଥିବା କୁହାଯାଉଛି ।
ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଜାରି ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଅନ୍ୟପଟେ ଅପରେଶନରେ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କୌଣସି ଆହତ ସୂଚନା ନାହିଁ ।
ମାଓବାଦୀ ହିଡମାକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ବଡ଼ ଧରଣର ସର୍ଚ୍ଚ ଅପରେଶନ୍ । ଯେଉଁଥିରେ ୨୦ ହଜାର ଯବାନ ସାମିଲ ଥିବା କୁହାଯାଉଛି ।