fbpx

ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା, ୩ ପୋଲିସ ଗିରଫ

ମାଲକାନଗିରି, ୩୦ା୮(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା । ଏହି ଘଟଣାରେ ମାଲକାନଗିରି ସ୍ଥିତ ମୁଦୁଲିପଡ଼ା ଥାନାର ୪ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଏଏସଆଇ ଓ ଦୁଇ ହୋମଗାର୍ଡ଼ଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଏହାସହ ଏସଆଇଙ୍କୁ ନିଲମ୍ବନ କରିଛନ୍ତି ଏସପି । ଉଲ୍ଳେଖଯୋଗ୍ୟ ଯେ ଗତ ୪ଦିନ ତଳେ ଖଇରିପୁଟରେ ଯାଞ୍ଚ ବେଳେ ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ିକୁ ଛାଡ଼ିଥିଲେ ।

Get real time updates directly on you device, subscribe now.