fbpx

ପଳାତକ ପ୍ରେମିକ ସହ ବାହାଘର କରାଇଲା ପୋଲିସ, ଏକାଧିକ ଥର ରଖିଥିଲା ଶାରୀରିକ ସମ୍ପର୍କ

ପ୍ରେମିକାକୁ ବାହାଘରର ସ୍ୱପ୍ନ ଦେଖାଇ ରଖିଲା ଅନେକ ଥର ଶାରୀରିକ ସମ୍ପର୍କ । କିନ୍ତୁ ଲକଡାଉନର ସୁଯୋଗ ନେଇ ଛାଡି ଚାଲିଦେଇଗଲା । ସେପଟେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ପଳାତକ ପ୍ରେମିକଙ୍କୁ ଗିରଫ କରିବା ସହ ଦୁହିଁଙ୍କ ବାହାଘର କରାଇଛି । ଏହି ଘଟଣା ବିହାରର କୈମୁରା ଜିଲ୍ଲା ମହା କୋଟେଶ୍ୱର ମନ୍ଦିର ନିକଟରରେ ଘଟିଯାଇଛି ।

ତେବେ କୁହାଯାଉଛି ଯେ, ଉଭୟ ଯୁବକ ଓ ଯୁବତୀ ଗୁଜୁରାଟର ଏକ କମ୍ପାନୀରେ କାମ କରୁଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦୁହେଁ ବାହାହେବାକୁ ସ୍ଥିର କରିଥିଲେ । ଅଙ୍କିତ ନାମକ ଯୁବକ ଦୀର୍ଘଦିନ ଧରି ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଯେତେବେଳେ ବାହାଘର କଥା ଉଠିଲା, ଅଙ୍କିତ ମନା କରିବାରେ ଲାଗିଲା ଓ ଲକଡାଉନର ସୁଯୋଗ ନେଇ ପ୍ରେମିକାକୁ ଛାଡି ପଳାଇଲା । ଏନେଇ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ଅଙ୍କିତଙ୍କୁ ଖୋଜି ବାହାର କରିଥିଲା । ଅଙ୍କିତର ବିବାହ କରିବାକୁ ଇଛା ପ୍ରକାଶ କରିବାକୁ ଦୁହିଁଙ୍କ ବାହାଘର ଏକ ମନ୍ଦିରରେ କରାଇଥିଲା ପୋଲିସ ।

Get real time updates directly on you device, subscribe now.