fbpx

କୁକୁଡା ଚୋରି କରି ୩ ପୋଲିସକର୍ମୀ ନିଲମ୍ବିତ

ପୋଲିସ ନାମରେ କଳଙ୍କ । କିଛି ଜଣକ ଅସାମାଜିକ କାର୍ଯ୍ୟ ପାଇଁ ପୁରା ପୋଲିସ ଫୋର୍ସ ବଦନାମ ହେଉଛି । ପୋଲିସ ନାଁରେ ଅନେକ ଅଭିଯୋଗ ଆସିଥିବା ତ ଆପଣମାନେ ପଢିଥିବେ, କିନ୍ତୁ ଚୋରି ଅଭିଯୋଗ ଆସିବା କେବେ ଶୁଣିଛନ୍ତି କି? ସେହିଭଳି ଏକ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରରେ ଘଟିଯାଇଛି, ଯେଉଁଠାରେ କୁୁକୁଡା ଚୋରି କରିବା ଘଟଣାରେ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଜଣେ କି ଦୁଇ ଜଣ ନୁହେଁ, ଜଣେ ଇନ୍ସପେକ୍ଟର ସମେତ ଏକାଥରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି । ଗୋଟିଏ ପୋଲଟ୍ରି ଫାର୍ମରୁ କୁକୁଡା ଚୋରି କରିବା ଅଭିଯୋଗରେ ଭୋପାଳ ଏସପି ସାଉଥ ସାଇ କୃଷ୍ଣା ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

Get real time updates directly on you device, subscribe now.