fbpx

କୃଷିକ୍ଷେତ୍ର ପାଇଁ ନିଆଯିବ ୧୧ଟି ପଦକ୍ଷେପ

ନୂଆଦିଲ୍ଲୀ, ୧୫ା୫: କୃଷିକ୍ଷେତ୍ର ପାଇଁ ୧୧ଟି ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । କୃଷି ଭିତ୍ତିଭୂମି ଉନ୍ନତି ପାଇଁ ୧ଲକ୍ଷ କୋଟିର ଫଣ୍ଡ ହେବ । ଶୀତଳଭଣ୍ଡାର, କୃଷିଜାତ ଦ୍ରବ୍ୟର ପରିବହନ, ରପ୍ତାନୀ ପାଇଁ ଏହି ଫଣ୍ଡ ଦିଆଯିବ । ଏଥିରେ କୃଷକଙ୍କ ଆୟ ବଢ଼ିବା ସୁବିଧା ହେବ । ସ୍ଥାନୀୟ ଉତ୍ପାଦନ ପ୍ରଚାର ପାଇଁ ୧୦ହଜାର କୋଟି ଫଣ୍ଡ ହେବ । ସ୍ଥାନୀୟ ଉତ୍ପାଦର ପ୍ରଚାର ପାଇଁ ଏହି ଫଣ୍ଡ ଖର୍ଚ୍ଚ ହେବ । ହର୍ବାଲ, ଅର୍ଗାନିକ ଓ ପୋଷାକ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ । ମତ୍ସ୍ୟଉତ୍ପାଦ ବୃଦ୍ଧି ଓ ମତ୍ସ୍ୟଚାଷୀଙ୍କ ଉନ୍ନତି ପାଇଁ ଏହି ଫଣ୍ଡ ହେବ । ଏଥିଯୋଗୁ ୫୫ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ । ମତ୍ସ୍ୟଜୀବୀ ଓ ନୌକାର ବୀମା କରାଯିବ । ୫ବର୍ଷରେ ୭୦ଲକ୍ଷ ଟନ ମତ୍ସ୍ୟ ଉତ୍ପାଦ ଲକ୍ଷ୍ୟ ରହିଛି । ୫୩କୋଟି ପଶୁ ଗାଈଙ୍କର ଟିକାକରଣ ଲକ୍ଷ୍ୟ ରହିଛି । ତାଲାବନ୍ଦରେ ଦେଢ଼ କୋଟି ପଶୁଙ୍କର (ଗାଈ, ମଇଁଷି) ଟିକାକରଣ ହୋଇଛି । ଗୃହପାଳିତ ପଶୁଙ୍କ ଜୀବନ ବଞ୍ଚାଇବ ପାଇଁ ୧୩,୩୪୩ କୋଟି ଟଙ୍କା ଦିଆଯିବ । ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ୧୫ହଜାର କୋଟି , ହର୍ବାଲ କଲଟିଭେସନ ପାଇଁ ୪ହଜାର କୋଟି, ମହୁମାଛି ପାଳନ ପାଇଁ ୫ଶହ କୋଟି । ୨ଲକ୍ଷରୁ ଅଧିକ ମହୁ ଚାଷୀଙ୍କୁ ଏଥିରେ ସୁବିଧା ମିଳିବ ।

Get real time updates directly on you device, subscribe now.