fbpx

କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ପାଖରେ ୮୫% ଜମି: ସୀତାରମଣ

ନୂଆଦିଲ୍ଲୀ, ୧୫ା୫: ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ନେଇ ତୃତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆତ୍ମ ନିର୍ଭର ଭାରତ ପ୍ୟାକେଜରେ ତୃତୀୟ ଭାଗର ସେ ବିବରଣୀ ଦେଇଛନ୍ତି । ତୃତୀୟ ଭାଗରେ ମତ୍ସ୍ୟଜୀବୀ ପଶୁପାଳନ, କୃଷି ଭିତ୍ତିଭୂମି, ଜଳସେଚନ ପାଇଁ ଘୋଷଣା କରାଯିବ । କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ପାଖରେ ୮୫% ଜମି ରହିବ ବୋଲି ସୀତାରମଣ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରେ ବି କୃଷକଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଭାରତ କ୍ଷୀର, ଝୋଟ ଓ ଡାଲିର ସବୁଠୁ ବଡ଼ ଉତ୍ପାଦକ ବୋଲି ସେ କହିଛନ୍ତି । କୃଷିକ୍ଷେତ୍ର ପାଇଁ ୧୧ଟି ପଦକ୍ଷେପ ନିଆଯିବ । ଫସଲ ବୀମା ଯୋଜନାରେ କୃଷକଙ୍କୁ ସୁବିଧା ମିଳିଛି । ତାଲାବନ୍ଦରେ ୭୪୩୦୦କୋଟିର କୃଷି ଉତ୍ପାଦ କ୍ରୟ ହୋଇଛି । ତାଲାବନ୍ଦରେ ଦୁଗ୍ଧର ଚାହିଦା ୨୦ରୁ ୨୫% କମିଛି ।ଗତ ୨ମାସର ଲକଡାଉନରେ କୃଷକଙ୍କ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୭୪ହଜାର ୩୦୦କୋଟି ଦିଆଯାଇଛି । ପିଏମ କିଷାନ କୃଷକଙ୍କ ଖାତାକୁ ୧୮ହଜାର ୭୦୦କୋଟି ପଠାଯାଇଛି । ପିଏମ ଫସଲ ବୀମା ବାବଦରେ ୬ହଜାର ୪୦୦କୋଟି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.