fbpx

ରାଜ୍ୟର ସରକାରୀ ସ୍କୁଲରୁ ୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠି?

କରଞ୍ଜିଆ,୧ ।୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ୩୦୦ ଟପିଛି ପଜିଟିଭ୍ ସଂଖ୍ୟା । ଏହାରି ମଧ୍ୟରେ କରଞ୍ଜିଆର ପାଟ ବାଳିକା ଉଚ୍ଚବିଦ୍ୟାଳୟରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଅନ୍ତେବାସୀଙ୍କ ସହ ଜଣେ ମାଟ୍ରନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଚାଲିଛି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଆଜି ରାଜ୍ୟରେ ୩୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୩, ନୂଆପଡାରୁ ୪୦, ବରଗଡରୁ ୩୪, ସୁନ୍ଦରଗଡରୁ ୩୧, କଟକରୁ ୨୭ ଓ ଅନୁଗୁଳରୁ ୨୪, ମୟୂରଭଞ୍ଜରୁ ୧୯, ଷ୍ଟେଟପୁଲରୁ ୧୫, ସମ୍ବଲପୁରରୁ ୧୪, ପୁରୀରୁ ୧୨, ବଲାଙ୍ଗିରରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.