fbpx
BSKY
BJD MC SKY
BJD YOUTH SKY

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର: ନିଆଁରେ ଲକ୍ଷାଧିକ ଟଙ୍କାର ଜିନିଷ ଧ୍ୱଂସ

ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାରା ଓଡ଼ିଶାରେ ଖୁସିର ମାହୋଲ ଖେଳିଯାଇଛି । କିନ୍ତୁ ବାଲେଶ୍ୱର ସୋର ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଔପଦା ବ୍ଲକ ଗୁରୁଡ଼ହତା ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ୩ ବଖରା ଘର ଜଳି ନଷ୍ଟ ହୋଇଯାଇଛି । ତେବେ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । ଏହି ନିଆଁରେ ଲକ୍ଷାଦିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ସୁନାଗହଣା ମଧ୍ୟ ଜଳି ନଷ୍ଟ ହୋଇଯାଇଛି । ଝିଅ ବାହାଘର ପାଇଁ ରଖାଯାଇଥିବା ସମସ୍ତ ସୁନାଗହଣା ମଧ୍ୟ ଜଳି ଯାଇଥିବା ସୂଚନା ମିଳିଛି । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Get real time updates directly on you device, subscribe now.