fbpx

BIG BREAKING: ପୁଣି ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ପରାସ୍ତ, ୪୪ ରନରେ ଜିତିଲା ଟିମ୍ ଇଣ୍ଡିଆ

Advertisement

ଓଡିଶା ଭାସ୍କର: ପୁଣି ସିରିଜ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହେଲା ଅଷ୍ଟ୍ରେଲିଆ ଦଳ। ୪୪ ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଲଗାତର କଙ୍ଗାରୁ ଦଳକୁ ହରାଇ ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ହାତେଇ ନେଇଛି ଭାରତ। ଆଜି ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଛକା-ଚୌକା ବର୍ଷା ସହ ୨୦ ଓଭର ଖେଳି ମାତ୍ର ୪ ୱିକେଟ ହରାଇ ୨୩୫ ରନ୍‌ କରିଥିଲା ଭାରତ। ଯାହାକୁ ନେଇ ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଭାରତ ଦେଇଥିବା ଏହି ବିଶାଳ ସ୍କୋର ପିଛା କରି ମୋଟ ୯ ୱିକେଟ ହରାଇ ମାତ୍ର ୧୯୧ ରନରେ ଅଟକିଯାଇଛି ଅଷ୍ଟ୍ରେଲିଆ। ଏହା ପୂର୍ବରୁ, ବିଶାଖାପଟନମ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ।

ସୂଚନା ଯୋଗ୍ୟ, ଆଜି ବ୍ୟାଟିଂରେ ଚମତ୍କାରିତା ଦେଖାଇ ୨୩୫ ଭଳି ଏକ ବିଶାଳ ସ୍କୋର କରିପାରିଛି ଭାରତୀୟ ଦଳ। ଏଥିସହ ଭାରତୀୟ ଦଳ ଏକ ବଡ଼ ରେକର୍ଡ ସୃଷ୍ଟି ମଧ୍ୟ କରିଛି। ଭାରତୀୟ ଦଳ ଟି-୨୦ ଫର୍ମାଟରେ ସର୍ବାଧିକ ଥର ୨୨୦+ ରନ ସ୍କୋର କରିବାକୁ ଦଳ ହୋଇପାରିଛି। ଆଜି ଯଶସ୍ୱୀ ଜସ୍‌ୱାଲ ୨୫ ବଲ୍‌ରେ ୯ ଚଉକା ଏବଂ ୨ ଛକା ସହାୟତାରେ ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ରୁତୁରାଜ ଗାଇକୱାଡ୍‌ ମଧ୍ୟ ୪୦ ବଲ୍‌ରେ ୩ ଚଉକା ଏବଂ ୧ ଛକାରେ ୫୨ ରନ୍‌ କରିଥିଲେ। ଏପରିକି ଇଶାନ୍‌ କିଷାନ ମଧ୍ୟ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୨ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୧୦ଟି ବଲ୍‌ ଖେଳି ୨ ଛକା ସହାୟତାରେ ୧୯ ରନ୍‌ କରିଥିଲେ। ଶେଷ ବେଳକୁ ରିଙ୍କୁ ସିଂ ୯ ବଲ୍‌ରେ ୪ ଚଉକା ଏବଂ ୩ ଛକାରେ ୩୧ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଯାହାକୁ ନେଇ ଟିମ୍‌ ଇଣ୍ଡିଆ ୨୩୫ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Get real time updates directly on you device, subscribe now.