fbpx

ବାତିଲ ହେଲା +୩ର ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): +୩ର ଦ୍ୱିତୀୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ହେବନାହିଁ । ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିକଳ୍ପ ବ୍ୟବସ୍ଥା ଜରିଆରେ ପରବର୍ତ୍ତୀ ସେମିଷ୍ଟାରକୁ ଉନ୍ନୀତ କରାଯିବ । +୩ ଓ ପିଜି ସିଲାବସରେ ୨୫% କୋର୍ସ ଗାଇଡେଡ଼ ସେଲ୍ଫ ଷ୍ଟଡ଼ି ହେବ । ପ୍ରଥମଥର ପାଇଁ କୋର୍ସ ଗାଇଡ଼େଡ୍ ସେଲ୍ଫ ଷ୍ଟଡ଼ି ଦ୍ୱାରା ପାଠପଢ଼ା କଭର ନେଇ ଲକ୍ଷ୍ୟ ରହିଛି । କୁଳପତିଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.