fbpx
BJD SKY
BJD SKY

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

BJD

ଶ୍ରୀନଗର, ୧୩ା୧୨: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି ମାତି ଉଠିଛନ୍ତି । ଆଜି ପୁଞ୍ଚ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ମୋଗଲ ରୋଡ ଡୁଗରାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ସୁରକ୍ଷା ବାହିନୀ ମିଳିତ ଭାବେ ଆତଙ୍କବାଦୀଙ୍କ ଦମନ ପାଇଁ ଅପରେସନ ଜାରି ରଖିଥିଲେ । ସୁରକ୍ଷାକର୍ମୀମାନେ ଆତ୍ମମସମର୍ପଣ କରିବାକୁ କହିଥିଲେ, ମାତ୍ର ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷା ବାହିନୀ ସେମାନଙ୍କୁ ଏନକାଉଣ୍ଟର କରିଥିଲେ ।

ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.