fbpx

ଦିଲ୍ଲୀ ସଡକରେ ଗାଡି ଚଳାଇବେ ହରିୟାଣାର ୩ ଯୁବତୀ

Advertisement

ନୂଆଦିଲ୍ଲୀ: ରାଜଧାନୀର ରାଜରାସ୍ତାରେ ବସ ଚଳାଇବେ ମହିଳା । ମୁଖ୍ୟତଃ ପୁରୁଷ ଏହି ଗାଡି ଚାଳନା ବୃତ୍ତିକୁ ଆପଣେଥାନ୍ତି । କିନ୍ତୁ ଏବେ ୩ ଜଣ ଯୁବତୀ ଏହି ବୃତ୍ତିକୁ ନିଜର କରି ପାଲଟିଛନ୍ତି ଉଦାହରଣ । ହରିୟାଣାର ଚରଖୀ ଦାଦରୀ ଜିଲ୍ଲାର ଏହି ୩ ଯୁବତୀ ସଂଘର୍ଷ କରି ସଫଳ ଡ୍ରାଇଭର ଭାବରେ ଉଭା ହୋଇଛନ୍ତି । ତାଙ୍କ ଦକ୍ଷତା ଯୋଗୁଁ ଡିଯିସି ବସ ଚଳାଇବା ପାଇଁ ସେମାନଙ୍କୁ ଅନୁମତି ମିଳିଛି । ଖୁବଶୀଘ୍ର ରାଜଧାନୀର ରାଜରାସ୍ତାରେ ଡିଟିସି ବସର ଷ୍ଟିଅରିଙ୍ଗ ଧରିବାକୁ ଯାଉଛନ୍ତି ।

ପ୍ରଥମେ ଯେବେ ଏମାନେ ବାଇକ କିମ୍ବା ଟ୍ରାକ୍ଟର ଚଳାଉଥିଲେ, ଲୋକମାନେ ତାଙ୍କ ମଜାକ ଉଡାଇଥିଲେ । ଏହି କାମ ମହିଳାଙ୍କର ନୁହେଁ ବରଂ ପୁରୁଷମାନଙ୍କର ବୋଲି କହି ସେମାନଙ୍କୁ ତାତ୍ସଲ୍ୟ କରାଯାଇଥିଲା ବୋଲି କହିଛନ୍ତି ଶର୍ମିଲା, ବବିତା ଏବଂ ଭାରତୀ । ତେବେ ଏସବୁକୁ ଭୁଲି ନିଜ ଲକ୍ଷ୍ୟରେ ଆଗଇ ଚାଲିଥିଲେ ଏହି ୩ ଜଣ ଯୁବତୀ । ଯାହା ଫଳରେ ଆଜି ସେମ।।ନଙ୍କ ପରିଶ୍ରମର ଫଳ ମିଳିଛି । ଅଖତ୍ୟାରପୁରର ଶର୍ମିଲା, ମସରୀର ଭାରତୀ ଏବଂ ମୌଡି ନିବାସୀ ବବିତା ଧୱନ ନିଜ ଚେଷ୍ଟା ବଳରେ ଡିଟିସି ବସ ଚଳାଇବାର ଲାଇସେନ୍ସ ହାସଲ କରି ପାରିଛନ୍ତି । ଚରଖୀ ଦାଦରୀ ରୋଡୱେଜ ଟ୍ରେନିଙ୍ଗ ସ୍କୁଲରେ ଏମାନେ ଭାରି ଯାନ ଚଳାଇବାର ପ୍ରଶିକ୍ଷଣ ନେଇଥିଲେ । ଆର୍ଥିକ ସଙ୍କଟ ଯୋଗୁଁ ଏହି ବୃତ୍ତିକୁ ନିଜର କରିଥିବା ବେଳେ ଏଥିରେ ଆଜି ଏକ ବଡ ସଫଳତା ହାସଲ କରିଛନ୍ତି ।

ଯେକୌଣସି କାମ କରିବାରେ ଏମାନେ ସମର୍ଥ । ଏ କଥା ଏମାନଙ୍କୁ ନିଜକୁ ପ୍ରମାଣ କରିବାର ଥିଲା ବୋଲି କହିଛନ୍ତି ୩ ଯୁବତୀ । ବବିତା ଜମିରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଭାରି ଯାନ ଚଳାଇବା ପ୍ରଶିକ୍ଷଣ ନେଇଥିବା ବେଳେ ଭାରତୀ ନିଜ ପରିବାରରେ ପୁଅର ଅଭାବକୁ ଦୂର କରିବା ପାଇଁ ଗାଡିଚାଳନା ଶିଖିଛନ୍ତି । ତେବେ ର୍ଶିଲା ପୁଅକୁ ମେଡିକାଲ ନେଇ ଯିବାରେ ଅସୁବିଧା ଭୋଗିବା ପରେ ଗାଡି ଚଳାଇବା ଶିଖିବା ଉଚିତ ବୋଲି ଭାବିଥିଲେ ।

Get real time updates directly on you device, subscribe now.