fbpx

୩ ବର୍ଷର ବଡ଼ ଭାଇ ଚଳାଇଲା ଗୁଳି, ଆଠ ମାସର ସାନଭାଇର ମୃତ୍ୟୁ

ହ୍ୟୁଷ୍ଟନ, ୧୧ା୪: ଆମେରିକାରେ ଏକ ଭିନ୍ନ ଧରଣର ଅପରାଧ ଘଟିଛି । ଗୋଟିଏ ୩ ବର୍ଷର ଶିଶୁ ନିଜର ଆଠ ମାସର ଭାଇକୁ ଗୁଳିମାରି ହତ୍ୟା କରିଛି । ତିନି ବର୍ଷର ବଡ଼ ଭାଇ ଘରେ ଥିବା ଏକ ବନ୍ଧୁକ ଦ୍ୱାରା ସାନ ଭାଇକୁ ଗୁଳି କରିଥିଲା । ଶିଶୁକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତା’ର ମୃତ୍ୟୁ ଘଟିଥିଲା । ହ୍ୟୁଷ୍ଟନ ସହରରେ ଏହି ଘଟଣାଟି ଘଟିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛି । ଘରେ ହତିଆରକୁ ସୁରକ୍ଷିତ ଅବସ୍ଥାରେ ରଖିବା ସହ ଶିଶୁଙ୍କ ଠାରୁ ଏହାକୁ ଦୂରେଇ ରଖିବାକୁ ପୋଲିସ ଅଭିଭାବକଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.