fbpx

Indian Post Recruitment: ୩୦ ହଜାର ଖାଲି ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦଶମ ପାସଙ୍କ ପାଇଁ ବଡ଼ ସୁଯୋଗ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଣ୍ଡିଆନ ପୋଷ୍ଟାଲ ସର୍କଲ ପକ୍ଷରୁ ୩୦ ହଜାରରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (ଜିଡିଏସ) – ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ) / ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ଏବିପିଏମ) / ଡାକ ସେବକ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଗଷ୍ଟ ମାସ ୩ ତାରିଖରୁ ଅନଲାଇନ ଆବେଦନ ଓ ପେମେଣ୍ଟ ପଇଠ ପ୍ରକ୍ରିୟା ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବ । ଅଗଷ୍ଟ ମାସ ୨୪ରୁ ୨୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମକୁ ସଂଶୋଧନ କରିପାରିବେ । ଚଳିତ ବର୍ଷ ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଦଶମ ପାସ୍ କରିଥିବା ଆବଶ୍ୟକ ।

ବିଭିନ୍ନ ରାଜ୍ୟ ପାଇଁ ଖାଲି ଥିବା ପଦବୀ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୧୨୭୯ଟି ପଦ ଖାଲି ରହିଛି । ସମସ୍ତ ପଦ ପାଇଁ ଦରମା ହାର ଅଲଗା ଅଲଗା ରହିଛି । ୟୁଆର / ଓବିସି / ଇଡବ୍ଲ୍ୟୁଏସ ପୁରୁଷ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ମହିଳା, ଏସସି / ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଦେୟ ପ୍ରଦାନ କିରବାକୁ ପଡ଼ିବ ନାହିଁ । ପେମେଣ୍ଟ କ୍ରେଡିଟ କାର୍ଡ / ଡେବିଟ କାର୍ଡ ଓ ନେଟ ବ୍ୟାଙ୍କିଂ ଜରିଆରେ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://indiapostgdsonline.in/ref_validation.aspx

ନୋଟିଫିକେସନ ଲିଙ୍କ: https://indiapostgdsonline.cept.gov.in/Notifications/Model_Notification.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://indiapostgdsonline.gov.in/#

Get real time updates directly on you device, subscribe now.