fbpx

ବାଥରୁମକୁ ଗଲାବେଳେ ସଫେଇ କର୍ମଚାରୀ ଅଙ୍କଲ ମୋ ସହ କଲେ ଦୁଷ୍କର୍ମ: ବିଦ୍ୟାଳୟରେ ବଡ଼ କାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ବିଦ୍ୟାଳୟରେ ନାବାଳିକା ସହ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ବିଦ୍ୟାଳୟର ଜଣେ ୩୩ ବର୍ଷୀୟ କର୍ମଚାରୀଙ୍କୁ ଗିରଫ କରିଛି । ସେ ଏହି ବିଦ୍ୟାଳୟରେ ସେଢେ ତିନି ବର୍ଷ ଶିଶୁ ସହ ଦୁଷ୍କର୍ମ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତର ପରିଚୟ ଅର୍ଜୁନ କୁମାର ବୋଲି ହୋଇଛି । ପୋଲିସ କହିଛି ଯେ, ଆମକୁ ମଙ୍ଗଳବାର ଦିନ ସାଢେ ତିନି ବର୍ଷ ଝିଅ ସହ ଯୌନ ଉତ୍ପୀଡନର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପୋଲିସ କର୍ମଚାରୀ ସ୍କୁଲ ଗଲେ ଏବଂ ପୀଡିତାର ଖୁଡିଙ୍କ ସହ ଭେଟି କଥା ହୋଇଥିଲେ । ପୀଡିତା ତାଙ୍କ ମାଆଙ୍କୁ ଏହି ଘଟଣା ବିଷୟରେ କହିଥିଲେ ଯେ, ମୁଁ ଯେତେବେଳେ ବାଥରୁମ ଯାଏ ସେତେବେଳେ ସଫେଇବାଲା ଅଙ୍କଲ ମୋତେ ଦେଖନ୍ତି, ହେଲେ ସେ ଦିନ ମୋତେ ରେପ କଲେ ।

ପୋଲିସ କହିଛି ଯେ, ଏହି ମାମଲରେ ଭାରତୀୟ ଅପରାଧ ଧାରା ୩୭୬/୩୭୭ ଅଧୀନରେ ମାମଲା ପଞ୍ଜୀକୃତ ହୋଇଛି । ଏହା ବ୍ୟତୀତ ପୋସ୍କୋ ଆକ୍ଟ ଅଧୀନରେ ମଧ୍ୟ ମାମଲା ପଞ୍ଜୀକୃତ ହୋଇଛି । ଅପରାଧୀକୁ ବର୍ତ୍ତମାନ ଗିରଫ କରାଯାଇଛି । ଏହି ମାମଲାକୁ ନେଇ ଅନେକ ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.