fbpx

ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଷ୍ଟଡି ଇନ୍‍ ଇଣ୍ଡିଆ ପୋର୍ଟାଲ’ର ଶୁଭାରମ୍ଭ କଲେ ସରକାର 

ନୂଆଦିଲ୍ଲୀ: ଭାରତରେ ପଢ଼ିବା ପାଇଁ ଇଚ୍ଛା କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଷ୍ଟଡି ଇନ୍‍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଏହି  ପୋର୍ଟାଲର ଉନ୍ମୋଚନ କରି କହିଛନ୍ତି, ସରକାରଙ୍କର ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ଯାତ୍ରାକୁ ସହଜ କରିବ । କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟର ମିଳିତ  ଉଦ୍ୟମରେ ଏହି ପୋର୍ଟାଲ ତିଆରି କରାଯାଇଛି ।

 

ଛାତ୍ରଛାତ୍ରୀମାନଙ୍କର ପଞ୍ଜୀକରଣ, ଭିସା ଆବେଦନ ସହିତ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ଏହି ପୋର୍ଟାଲ ଜରିଆରେ ହୋଇପାରିବ । ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ କରିପାରିବେ । ଷ୍ଟଡି ଇନ୍‍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସହଭାଗୀତାକୁ ମଜବୁତ କରିବ ଏବଂ ଯୁବବର୍ଗଙ୍କୁ ବୈଶ୍ୱିକ ନେତୃତ୍ୱ ନେବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.