fbpx
BJD
BJD SKY
BJD SKY

ଆଖିକୁ ଅତିବାଇଗଣୀ ରଶ୍ମୀରୁ କିପରି ରକ୍ଷା କରିବେ, ଆସନ୍ତୁ ଜାଣିବା ଏହାର ୫ଟି ଟିପ୍ସ୍

ଭୁବନେଶ୍ୱର: ଅତିବାଇଗଣୀ ରଶ୍ମୀ ସଂସ୍ପର୍ଶରେ ବାରମ୍ବାର ଆସିବା ଦ୍ୱାରା ଏହା ଆଖିକୁ ଅନେକ କ୍ଷତି ପହଞ୍ଚାଇ ଥାଏ । ଯାହା ଦ୍ୱାରା ଆପଣମାନଙ୍କର ଅନେକ ଚକ୍ଷୁ ଜନିତ ସମସ୍ୟା ଉପୁଜିଥାଏ । ଯେପରିକି ମୋତିଆ ବିନ୍ଦୁ, ଆଖିପତା କର୍କଟ ଭଳି ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା କେମିତି ଏଥିରୁ ଆମେ ମୁକ୍ତି ପାଇପାରିବା ।

୧- ବ୍ଲକିଂ ଚଷମା ପିନ୍ଧନ୍ତୁ – ଆପଣ ଏପରି ଚାଷମା ପିନ୍ଧିବା ନିହାତି ଆବଶ୍ୟକ । ଯାହା ସିଧାସଳଖ ଭାବରେ ୯୯ରୁ ୧୦୦ ଭାଗ ଆଖିକୁ ସୂର୍ଯ୍ୟଙ୍କ ରଶ୍ମି ଠାରୁ ଅବରୋଧ କରୁଥିବ । ଏହିପରି ଚଷମା ବ୍ୟବହାର ଦ୍ୱାରା ଏହା ଆଖିକୁ ଶୀତଳତା ପ୍ରଦାନ କରିବା ସହ ସୁରକ୍ଷା ଦେଇଥାଏ ।
୨- ଟୋପି ବ୍ୟହହାର କରିବା – ଏଥିରୁ ରକ୍ଷା ପାଇବା ଲାଗି ଭଲ ପ୍ରଶସ୍ତ ଟୋପି ବ୍ୟବହାର କରନ୍ତୁ ଏହି କ୍ୟାପକୁ ବ୍ୟବହାର କରିବା ଦ୍ୱାରା ୫୦ ପ୍ରତିଶତରୁ ଅଧିକ ଅତିବାଇଗଣୀ ରଶ୍ମୀର ବିକିରଣକୁ ଆପଣଙ୍କ ଆଖିରେ ପହଞ୍ଚିବାରେ ଏହା ରୋକିଥାଏ ।
୩- ଛାଇରେ ରହିବା – ଆପଣମାନଙ୍କୁ ଯେତେ ସମ୍ଭବ ଛାଇରେ ରହିବାକୁ ଚେଷ୍ଟା କରନ୍ତୁ । ବିଶେଷ କରି ସୂôର୍ଯ୍ୟଙ୍କ ପ୍ରଖର କିରଣ ଅର୍ଥାତ ୧୦ ରୁ ୪ଟା ସମୟ ପର୍ଯ୍ୟନ୍ତ ଅତିବାଇଗଣୀ ରଶ୍ମୀ ନିର୍ଗତ ହୋଇଥାଏ । ଠିକ ଏହି ସମୟ ପର୍ଯ୍ୟନ୍ତ ଖରାଠୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହି ସରଳ ଅଭ୍ୟାସଟି ଆପଣଙ୍କର ଅତିବାଇଗଣୀ ରଶ୍ମୀର ଏକ୍ସପୋଜର କୁ ହ୍ରାସ କରଥାଏ ।
୪- ବର୍ଷା ଦିନରେ ବ୍ଲକିଂ ଚଷମା ବ୍ୟବହାର- ବର୍ଷା ଦିନରେ ମଧ୍ୟ ଆଖିକୁ ରକ୍ଷା କରୁଥିବା ଚଷମା ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ଅତିବାଇଗଣୀ ରଶ୍ମୀ ବର୍ଷା ଦିନେ ମଧ୍ୟ କ୍ଷତିକାରକ ହୋଇଥାଏ । ତେଣୁ ଏହି ଦିନରେ ମଧ୍ୟ ଚଷମାର ବ୍ୟବହାର କରିବା ଜରୁରୀ ହୋଇଥାଏ ।
୫- ନିୟମିତ ଚକ୍ଷୁ ପରୀକ୍ଷା – ଅତିବାଇଗଣୀ ରଶ୍ମୀ ଦ୍ୱାରା ଚକ୍ଷୁ ଜନିତ କିଛି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ନିୟମିତ ଆଖି ପରିକ୍ଷା କରିବା ଏବଂ ଔଷଧ ସେବନ କରିବା ଆବଶ୍ୟକ ।

Get real time updates directly on you device, subscribe now.