fbpx
BSKY
BJD SHG SKY
BJD YOUTH SKY

Apple ‘Let Loose’ event 2024: ଲଞ୍ଚ୍ ହେଲା iPad Pro ଏବଂ iPad Airର ନୂତନ ମଡେଲ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଅପେଲ କମ୍ପାନୀ ପକ୍ଷରୁ Apple Let Loose ଇଭେଣ୍ଟ ଆୟୋଜିତ ହୋଇଥିଲା । ମଙ୍ଗଳବାର ଆୟୋଜିତ ଏହି ଇଭେଣ୍ଟରେ କମ୍ପାନୀ ଏହାର iPad Pro ଏବଂ iPad Airର ନୂତନ ମଡେଲ ଲଞ୍ଚ୍ କରିଥିଲା । ଏହି ନୂତନ ମଡେଲକୁ ନୂଆ ଡିଜାଇନ୍ ଏବଂ ଅପଡେଟ୍ ସହ ମାର୍କେଟରେ ଲଞ୍ଚ୍ କରାଯାଇଛି । ଏହି ଲଞ୍ଚ୍ ଦ୍ୱାରା iPad ଦୁନିଆରେ ଗ୍ରାହକଙ୍କୁ ଭିନ୍ନ ଅନୁଭୂତି ମିଳିବ ବୋଲି କମ୍ପାନୀ ଆଶାୟୀ ଅଛି । ତେବେ ଆସନ୍ତୁ ଜାଣିବା ଏହାର ଡିଟେଲ୍ସ ବିଷୟରେ ।
ଅପେଲ କମ୍ପାନୀ ଏହାର iPad Pro, iPad Air, Apple Pencil Proର ନୂତନ ଫିଚର ଏବଂ Magic Keyboardର କିଛି ଅପଡେଟ୍ ସହ ମାର୍କେଟରେ ଲଞ୍ଚ୍ କରିଛି । ଗତ ମଡେଲ ତୁଳନାରେ ଏଥିରେ ନୂତନ ଡିଜାଇନ୍ ସାମିଲ ରହିଛି । ଅପେଲ କମ୍ପାନୀର ସିଇଓ Tim COOK ଏହି ଇଭେଣ୍ଟର ଶୁଭାରମ୍ଭ କରି ଆପେଲ ଭିଜନ୍ ପ୍ରୋ ଉପରେ ଆଲୋକପାତ କରିଥିଲେ । ଏହା ପରେ କମ୍ପାନୀ ଦ୍ୱାରା ଲଞ୍ଚ୍ କରାଯାଇଥିବା iPadର ନୂତନ ଆସେସୋରିଜ୍ ବିଷୟରେ ସଂକ୍ଷିପ୍ତ ବର୍ଣ୍ଣନା କରିଥିଲେ ।

୧. Apple Pencil Pro: ଏହାକୁ ନୂତନ ସେନ୍ସର ମାର୍କେଟରେ ଲଞ୍ଚ୍ କରାଯାଇଛି ଯାହା ସ୍କୁଇଜ୍‌(ଦବାଇବା) ଜେସ୍‌ଚର ସପୋର୍ଟ ସହ ଆସୁଛି । ଏହା ଦ୍ୱାରା ୟୁଜର ସହଜରେ ବିଭିନ୍ନ ଟୁଲ୍ସକୁ ଆସେସ୍ କରିପାରିବେ । ଏହା ଏକ ଟାଇମ୍ ସେଭିଂ ଟୁଲ୍ ଯେଉଁଥିରେ ନୂତନ ଏଡିଟିଂ ଏବଂ ସର୍ଟକଟ୍ ସାମିଲ ରହିଛି । Apple Pencil Proରେ ପ୍ରଥମ ଥର Find My ଟେକ୍ନୋଲୋଜି ସାମିଲ କରାଯାଇଛି । ଯଦି ପେନସିଲ୍ କୌଣସି କାରଣରୁ ହଜିଯାଏ ତେବେ Find My ସାହାଯ୍ୟରେ ସହଜରେ ଖୋଜିପାରିବା । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୧ ହଜାର ୯୦୦ ଟଙ୍କା ଅଟେ ।

୨. Magic Keyboard: ଏହାକୁ ଅଲ୍ ନ୍ୟୁ କିବୋର୍ଡ iPad Pro ପାଇଁ ତିଆରି କରାଯାଇଛି । ଏହା ଚୁମ୍ବକୀୟ ଭାବେ ଆଇପ୍ୟାଡ୍ ସହ କନେକ୍ଟ ହୋଇଥାଏ । ମ୍ୟାଜିକ୍ କିବୋର୍ଡ଼ ସ୍ମାର୍ଟ କନେକ୍ଟର୍ସ ରହିଛି ଯେଉଁଥିରେ ବିନା ବ୍ଲୁଟୁଥରେ ପାୱାର ଏବଂ ଡାଟା ଟ୍ରାନ୍ସଫର ହୋଇପାରିବ । ଏହାର ନୂତନ ଡିଜାଇନ୍ ଅଧିକ ହାଲୁକା ଏବଂ ପତଳା ଅଟେ ଯାହା ୟୁଜରଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବ । Magic Keyboard ୨ଟି କଲର ଭାରିଆଣ୍ଟରେ ଲଞ୍ଚ୍ କରାଯାଇଛି । ଏଥିରେ ପ୍ରଥମ ଥର ପାଇଁ Function Row ସାମିଲ କରାଯାଇଛି । ଏହା ଦ୍ୱାରା ୟୁଜର ସହଜରେ ଆବଶ୍ୟକୀୟ ଫିଚର ଆସେସ୍ କରିପାରିବେ । ଏଥର ଟଚ୍ ପ୍ୟାଡ୍ ମଧ୍ୟ ବଡ଼ ସାଇଜର ରହିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୨୯ ହଜାର ୯୦୦ ଟଙ୍କା ରହିଛି । ତେବେ ଆସନ୍ତା ମେ ୧୫ରେ ଭାରତରେ ଉଭୟ Apple Pencil Pro ଏବଂ Magic Keyboard ବିକ୍ରି କରାଯିବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.