fbpx
BSKY
BJD SHG SKY
BJD YOUTH SKY

ବିଜେପି ଛାଡ଼ିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ବିଜେପି ଛାଡ଼ିଛନ୍ତି । ନିଜର ଶତାଧିକ କର୍ମୀଙ୍କ ସହ ଆଲେକଜାଣ୍ଡାର ଦଳ ଛାଡ଼ିଥିବା ଜଣାପଡ଼ିଛି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ସେ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଭିନ୍ନ ପଦରେ ରହି କାର୍ଯ୍ୟ କରିଥିଲେ । ମାତ୍ର ଗତ ନିର୍ବାଚନ ପରଠାରୁ ଜିଲ୍ଲା ସଭାପତି ଗୌତମ ରାୟ ତାଙ୍କୁ କୌଣସି ଦାୟିତ୍ୱ କିମ୍ବା ପଦ ନଦେଇ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ କୋରେଇ ବିଧାନସଭା ଆସନ ପାଇଁ ଆଲେକଜାଣ୍ଡାର ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ଟିକେଟ ଦେଇନଥିଲା ।

Get real time updates directly on you device, subscribe now.