fbpx
BSKY
BJD SHG SKY
BJD YOUTH SKY

ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ତିରୂପତିରେ ବିବାହ କରିବେ କି ଜାନଭୀ କପୁର? ମୁହଁ ଖୋଲିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜ ପ୍ରଫେଶନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚରେ ରହିଥାଆନ୍ତି । ରିପୋର୍ଟ ମୁତାବକ ଜାନଭୀ ଶିଖର ପାହାଡିଆଙ୍କ ସହ ଡେଟ କରୁଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ମଧ୍ୟ ଏହାକୁ ଅଫିସିଆଲ ଆନାଉନ୍ସ କରିନାହାନ୍ତି । ହେଲେ ଏହି ଦୁଇଜଣ ସର୍ବଦା ଏକ ସାଙ୍ଗରେ ନଜର ଆସୁଛନ୍ତି । କେବଳ ଏତିକି ନୁହେଁ ଜାନଭୀ ନିଜ ବେକ ଶିଖୁ ନାମକ ନେମ ପ୍ଲେଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ବିବାହକୁ ନେଇ ଅଭିନେତ୍ରୀ କିଛି କଥା କହିଛନ୍ତି ଆସନ୍ତୁ ଜାଣିବା ।

ଇନଷ୍ଟାଗ୍ରାମର ଏକ ପେଜରେ ସେୟାର କରାଯାଇଛି ଯେ, ଜାନଭୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ତିରୂପତି ମନ୍ଦିରରେ ବିବାହ କରିବେ । ଏହି ବିବାହରେ ଅଭିନେତ୍ରୀ ଗୋଲ୍ଡେନ ରଙ୍ଗର ସାଢୀ ପିନ୍ଧିବେ । ତେବେ ଏହି ପୋଷ୍ଟ ଦେଖି ଜାନଭୀ ନିଜକୁ ଅଟକାଇ ପାରିଲେ ନାହିଁ ସେ ସଙ୍ଗେ ସଙ୍ଗେ ରିପ୍ଲାଏ ମଧ୍ୟ କରିଛନ୍ତି ।

ବିବାହ ପୋଷ୍ଟ ଉପରେ ଜାନଭୀ କପୁର ଚୁପ ନ ରହି ରିପ୍ଲାଏ କରିଛନ୍ତି । ସେ ସଙ୍ଗେ ସଙ୍ଗେ ରିଆକ୍ଟ କରିଛନ୍ତି । ଅଭିନେତ୍ରୀ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ଯେ, ‘କୁଛ ଭି’ । ତେବେ ଜାନଭୀଙ୍କ ଏହି କମେଣ୍ଟ ଭାଇରାଲ ହେବାରେ ଲାଗିଛି । ତାଙ୍କ କମେଣ୍ଟରେ ଅନେକ ଲୋକେ ରିପ୍ଲାଏ କରି ହସୁଥିବା ଇମୋଜୀ ପୋଷ୍ଟ କରୁଛନ୍ତି ।

ଚଳିତ ବର୍ଷ ଜାନଭୀ ନିଜ ଭଉନୀ ଖୁସିଙ୍କ ସହ କଫି ୱିଥ୍‌ କରଣ ଶୋ ରେ ଆସିଥିଲେ । ଯେଉଁଠାରେ ସେ ନିଜ ବୟଫେଣ୍ଡ ଶିଖର ସେହି ୩ ଜଣଙ୍କ ମଧ୍ୟରେ ଅଛନ୍ତି ଯାହାଙ୍କ ନମ୍ବର ତାଙ୍କ ଫୋନରେ ସ୍ପିଡ ଡାୟଲ ଲିଷ୍ଟରେ ଅଛି । ଜଲଦୀରେ ଶିଖରଙ୍କ ନାମ ନେବା ପରେ ଜାନଭୀଙ୍କୁ ଲାଗିଥିଲା ଯେ, ସେ କିଛି ଭୁଲ କହିଯାଇଛନ୍ତି, ଏହାପରେ ସେ ଚୁପ ହୋଇଯାଇଥିଲେ ।

Get real time updates directly on you device, subscribe now.