fbpx
BJD SKY
BJD SKY

(Video) ଡାକ୍ତର ହୋଇଗଲେ କାବା: ବୃଦ୍ଧାଙ୍କ ପେଟରୁ ବାହାରିଲା ୩୦ କେଜିର ଏକ ମାଂସ ପିଣ୍ଡୁଳା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପେଟ ଭିତରେ ବଡ଼ ମାଂସ ପିଣ୍ଡୁଳା, ଟ୍ୟୁମର ଆଦି ରହିଥିବା ଜଣାପଡ଼ିଥାଏ । ଏପରି ସ୍ଥିତିରେ ଡାକ୍ତରମାନେ ଅପରେସନ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ଏହା ମଧ୍ୟରେ ଜଣେ ବୃଦ୍ଧାଙ୍କ ସହ ଏପରି କିଛି ଘଟିଛି । ବୃଦ୍ଧାଙ୍କ ପେଟରୁ କେଜିଏ କି ଦୁଇ କେଜି ନୁହେଁ, ୩୦ କେଜିର ଏକ ବଡ଼ ମାଂସ ପିଣ୍ଡୁଳା ବାହାରିଛି । ଅପରେସନ ମାଧ୍ୟମରେ ଡାକ୍ତରମାନେ ଜଣେ ବୃଦ୍ଧାଙ୍କ ପେଟ ଭିତରୁ ତାହାକୁ ବାହାର କରିଛନ୍ତି ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ପେଦାରିପଡ଼ା ନିକଟସ୍ଥ ତାଦଣ୍ଡୀକିଆ ଗାଁର ବନ୍ଦଲି ପ୍ରଧାନଙ୍କ କ୍ଷେତ୍ରରେ ଏପରି ଘଟିଛି । ମାଂସ ପିଣ୍ଡୁଳାଟି ଏକ ମାଂସ ହାଣ୍ଡି ଭଳି ଦେଖାଯାଉଥିଲା । ଅପରେସନ କରି ଡାକ୍ତରମାନେ ଉକ୍ତ ମାଂସ ପିଣ୍ଡୁଳାକୁ ବାହାର କରିଛନ୍ତି । ମାଂସ ପିଣ୍ଡୁଳାଟିର ଓଜନ ୩୦ କେଜି ହେବ ବୋଲି କୁହାଯାଇଛି । ପ୍ରଥମେ ବୃଦ୍ଧାଙ୍କ ପେଟରେ ଶହେ ଗ୍ରାମର ଏକ ମାଂସ ପିଣ୍ଡୁଳା ରହିଥିଲା । ମାତ୍ର ସମୟକ୍ରମେ ତାହା ଧୀରେଧୀରେ ବଢ଼ିବାକୁ ଲାଗିଥିଲା । ବର୍ଷ ବର୍ଷ ଧରି ମହିଳାଙ୍କ ପେଟରେ ତାହା ବଢ଼ିବାକୁ ଲାଗିଥିଲା ।

ଏନେଇ ମହିଳା ଜଣଙ୍କ ଅନେକ ଚିକିତ୍ସା କରିଥିଲେ ମଧ୍ୟ ତାହା ଭଲ ହୋଇନଥିଲା । ମାଂସ ପିଣ୍ଡୁଳାଟିର ଓଜନ ବଢ଼ିବାରୁ ବୃଦ୍ଧାଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିଲା । ଶେଷରେ ଡାକ୍ତରମାନେ ଅପରେସନ କରି ଉକ୍ତ ମାଂସ ପିଣ୍ଡୁଳାଟିକୁ ବୃଦ୍ଧାଙ୍କ ପେଟରୁ ବାହାର କରିଥିଲେ । ଅପରେସନ ବହୁତ କଷ୍ଟସାଧ୍ୟ ଥିଲେ ମଧ୍ୟ ସାଇସେବା ସଦନର ଡାକ୍ତରମାନେ ତାହାକୁ ସଫଳ କରି ଦେଖାଇଥିଲେ । ସରକାରଙ୍କ ଯୋଜନା ଦ୍ୱାରା ଏହି ଅପରେସନ ମାଗଣାରେ କରାଯାଇଛି ବୋଲି କୁହଯାଇଛି ।

Get real time updates directly on you device, subscribe now.