fbpx

ଲୋକସଭା ନିର୍ବାଚନ ପାଇଁ ‘ସଂକଳ୍ପ ପତ୍ର’ ଜାରି କଲା ବିଜେପି: ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେନେଇ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ତା’ର ‘ସଂକଳ୍ପ ପତ୍ର’ ଜାରି କରିଛି । ଏହି ‘ସଂକଳ୍ପ ପତ୍ର’ରେ ବିଜେପି ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ଏହି ଘୋଷଣାପତ୍ରରେ ଦଳ କୃଷକନ, ମହିଳାଙ୍କ ଉପରେ ଫୋକସ୍ କରିଛି ।

ରୋଜଗାରର ଗ୍ୟାରେଣ୍ଟି, ୨୦୩୬ରେ ଭାରତ ନେତୃତ୍ୱରେ ଅଲିମ୍ପିକ୍ସ ଆୟୋଜନ, ୩ କୋଟି ଲକ୍ଷପତି ଦିନି ପ୍ରସ୍ତୁତ ପାଇଁ ଲକ୍ଷ୍ୟ, ମହିଳା ସଂରକ୍ଷଣ ଲାଗୁ କରିବା ନେଇ ପ୍ରତିଶ୍ରୁତି, କୃଷି ଭିତ୍ତିଭୂମିର ବିକାଶ କରିବା, ମତ୍ସ୍ୟଜୀବୀଙ୍କ ପାଇଁ ଯୋଜନା, ଇ-ଶ୍ରମ କଲ୍ୟାଣକାରୀ ଯୋଜନାର ଫାଇଦା ପହଞ୍ଚାଇବା, ଯୋଗର ଅଫିସିଆଲ ସାର୍ଟିଫିକେସନ ଦେବା, ୨୦୨୫ ଜନଜାତୀୟର ଗୌରବ ବର୍ଷ, ଓବିସି-ଏସସି-ଏସଟିଙ୍କୁ ପ୍ରତି କ୍ଷେତ୍ରରେ ସମ୍ମାନ, ବିଶ୍ୱରେ ରାମାୟଣ ଉତ୍ସବ ପାଳନ କରାଯିବ, ଗ୍ଲୋବାଲ ମାନୁଫାକଚରିଂ ହବ ପ୍ରସ୍ତୁତି, ଅଯୋଧ୍ୟାର ବିକାଶ, ୱାନ ରେସନ ଓ ୱାନ ଇଲେକ୍ସନ, ରେଲୱେ ୱେଟିଂ ଲିଷ୍ଟର ସମସ୍ୟାକୁ ଦୂର କରିବା, ପୂର୍ବୋତ୍ତର ଭାରତର ବିକାଶ, ଏଆଇ, ସେମିକଣ୍ଡକ୍ଟର ଓ ସ୍ପେସ କ୍ଷେତ୍ରରେ ବିକାଶ କରିବା ଆଦି ପ୍ରସଙ୍ଗ ‘ସଂକଳ୍ପ ପତ୍ରରେ ସ୍ଥାନ ପାଇଛି ।

Get real time updates directly on you device, subscribe now.