fbpx

ପାକିସ୍ତାନକୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ କଟାକ୍ଷ, କହିଲେ – ‘ଆତଙ୍କବାଦୀଙ୍କୁ ମାରିବାବେଳେ ନିୟମ ଦେଖିବୁନି’

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣି ଥରେ ପାକିସ୍ତାନକୁ କଟାକ୍ଷ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ଯଦି ଭାରତ ଉପରେ ସୀମାରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ଆମ ଦେଶ ଏହାର ଜବାବ ଦେବାକୁ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ, ଯେହେତୁ ଆତଙ୍କବାଦୀମାନେ ନିୟମ ଅନୁଯାୟୀ ଚାଲନ୍ତିନି, ତେଣୁ ସେମାନଙ୍କୁ ଜବାବ ଦେବା ପାଇଁ କୌଣସି ନିୟମ ହୋଇପାରିବ ନାହିଁ ।

କଂଗ୍ରେସ ଉପରେ ଆକ୍ରମଣ
୨୦୦୮ ମସିହାରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜୟଶଙ୍କର ତତ୍କାଳୀନ କଂଗ୍ରେସ ୟୁପିଏ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ, ସରକାରୀ ସ୍ତରରେ ଅନେକ ଆଲୋଚନା ପରେ ମଧ୍ୟ ସେତେବେଳେ କିଛି ସାର୍ଥକ ଫଳାଫଳ ମିଳି ନଥିଲା ।

‘ଭାରତ କାହିଁକି ଗୁରୁତ୍ୱପୂର୍ଣ୍ଣ: ଯୁବକମାନଙ୍କ ପାଇଁ ସୁଯୋଗ ଏବଂ ଗ୍ଲୋବାଲ୍ ଦୃଶ୍ୟରେ ଅଂଶଗ୍ରହଣ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଯୁବକମାନଙ୍କ ସହ କଥାବାର୍ତ୍ତା କରି ଜୟଶଙ୍କର କହିଛନ୍ତି ଯେ, ଯଦି ବର୍ତ୍ତମାନ ସମାନ ଆକ୍ରମଣ ଘଟେ ଏବଂ ଏଥିରେ କେହି ପ୍ରତିକ୍ରିୟା କରନ୍ତି ନାହିଁ, ତା’ହେଲେ ଏହିପରି ଆକ୍ରମଣକୁ କିପରି ବନ୍ଦ କରାଯାଇପାରିବ?

୨୦୧୪ ପରେ ବୈଦେଶିକ ନୀତିରେ ଏକ ଭଲ ପରିବର୍ତ୍ତନ ହୋଇଛି :-

ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ୨୦୧୪ ପରଠାରୁ ଦେଶର ବୈଦେଶିକ ନୀତିରେ ପରିବର୍ତ୍ତନ ଆସିଛି ଏବଂ ଆତଙ୍କବାଦ ମୁକାବିଲା ପାଇଁ ଏହା ହେଉଛି ଏକ ଉପାୟ । ଯେଉଁ ଦେଶ ସହ ସମ୍ପର୍କ ବଜାୟ ରଖିବା ପାଇଁ ଭାରତ ଚ୍ୟାଲେଞ୍ଜ ଦେଉଛି ସେ ବିଷୟରେ ପଚରାଯାଇଥିବା ବେଳେ ଜୟଶଙ୍କର କହିଛନ୍ତି ଯେ କିଛି ଦେଶ ସହ ସମ୍ପର୍କ ବଜାୟ ରଖିବା ଉଚିତ ।

Get real time updates directly on you device, subscribe now.