fbpx
BSKY
BJD MS SKY
BJD YOUTH SKY

ପୁତିନଙ୍କୁ ହତ୍ୟା… ୮ ମାସ ଭିତରେ ହେବ ମହାପ୍ରଳୟ! ୨୦୨୪ ପାଇଁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା

ନୂଆଦିଲ୍ଲୀ: ୨୦୨୩ ମସିହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ର  ଏହି ବର୍ଷ ସମସ୍ତଙ୍କ ପାଇଁ ଅନେକ କିଛି ଘଟଣା ଦୁର୍ଘଟରା ନେଇ ଆସିଛି । ତେବେ ଏହି ବର୍ଷରେ ହେବାକୁ ଥିବା ଏଭଳି କିଛି ଘଟଣାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା । ଋଷ ରାଷ୍ଟ୍ରପତି ପୁତିନଙ୍କ ହତ୍ୟାରୁ ଆରମ୍ଭ କରି ୟୁରୋପରେ ସଂକଟ ସହିତ ସେ ଅନେକ ଭୟଙ୍କର ବିପଦର ପୂର୍ବାଭାଷ କରିଛନ୍ତି । ୨୦୨୪ରେ ଏଭଳି ବିଭିନ୍ନ ଭୟାନକ ଭବିଷ୍ୟବାଣୀ କରିଥିବା ବେଳେ ଚିକିତ୍ସା କ୍ଷେତ୍ରରେ ସଫଳତାକୁ ନେଇ ଏକ ବିକାଶର ସୂର୍ଯ୍ୟୋଦୟ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ପୁତିନଙ୍କ ହତ୍ୟା: ୨୦୨୪ ପାଇଁ ଭେଙ୍ଗା ବାବା କରିଥିବା ଭବିଷ୍ୟବାଣୀ ଭିତରେ ସବୁଠାରୁ ବଡ଼ ଘଟଣା ହେଉଛି ପୁତିନଙ୍କ ହତ୍ୟା । ଏହିବର୍ଷ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କୁ ହତ୍ୟା କରାଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଭେଙ୍ଗା ବାବା । ଏଥିପାଇଁ ଜଣେ ଋଷ ନାଗରିକ ହିଁ ଅଭିଯୁକ୍ତ ରହିବେ ବୋଲି ମଧ୍ୟ ସେ ନିଜ ଭବିଷ୍ୟବାଣୀ କହିଛନ୍ତି ।

ୟୁରୋପର ଆତଙ୍କ: ସାରା ୟୁରୋପରେ ଆତଙ୍କବାଦୀ ବୃଦ୍ଧିକୁ ନେଇ ମଧ୍ୟ ଭେଙ୍ଗା ବାବା ଭବିଷ୍ୟବାଣୀ କରିଛନ୍ତି । ତେବେ ଏହାର ସମାଧାନ ପାଇଁ ମଧ୍ୟ ସେ ରାସ୍ତା ଦେଖାଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ୨୦୨୪ ମସିହାରେ ଜୈବିକ ଅସ୍ତ୍ରର ପରୀକ୍ଷଣ କରିପାରେ କିମ୍ବା ଆକ୍ରମଣର ସାମ୍ନା କରିପାରେ । ବାବାଙ୍କ ଏହି ଭବିଷ୍ୟବାଣୀ ସମସ୍ତ ୟୁରୋପୀୟ ଦେଶଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଜଳବାୟୁ ସମସ୍ୟା: ୨୦୨୪ ମସିହାରେ ପ୍ରାକୃତିକ ବିପତ୍ତିର ବୃଦ୍ଧିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ଏଥିରେ ଜଳବାୟୁ ସମ୍ବନ୍ଧୀୟ ଘଟଣାମାନ ସହିତ ବିକିରଣ ସ୍ତରରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ସାମିଲ ରହିଛି ।

ଆର୍ଥିକ ସଙ୍କଟ: ଋଣବୃଦ୍ଧି, ବୈଶ୍ୱିକ ସ୍ତରରେ ଉତ୍ତେଜନା ଏବଂ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ସତ୍ତାରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ସମୟରେ ଆର୍ଥିକ ସଂକଟ ହୋଇପାରେ ବୋଲି ଇସାରା ଦେଇଛନ୍ତି ଭବିଷ୍ୟବକ୍ତା ବାବା ଭେଙ୍ଗା ।

ସାଇବର ଆକ୍ରମଣ: ଭେଙ୍ଗା ବାବାଙ୍କ ଅନୁସାରେ, ହ୍ୟାକର୍ସ ମାନେ ପାୱାର ଗ୍ରୀଡ ଏବଂ ୱାଟର ଟ୍ରିଟମେଣ୍ଟ ଫ୍ୟାସିଲିଟି ଭଳି ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରକୁ ଟାର୍ଗେଟ କରିପାରନ୍ତି । ଏହାଦ୍ୱାରା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି ହୋଇପାରେ ।

ଚିକିତ୍ସାରେ ପ୍ରଗତି: ତେବେ ଏହି ସମସ୍ତ ବିପଦ ଭିତରେ ଏକ ସଫଳତାର ଭବିଷ୍ୟବାଣୀ ମଧ୍ୟ କରିଥିଲେ ଭେଙ୍ଗା ବାବା । ୨୦୨୪ରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରଗତି କରିବ ବୋଲି ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ । ଚଳିତବର୍ଷ ବିଜ୍ଞାନକୁ ଅସ୍ତ୍ର କରି ନୂଆ ପଦ୍ଧତିରେ ଅସମ୍ଭବ ଚିକିତ୍ସାକୁ ସମ୍ଭବ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ଡାକ୍ତର ।

୨୬ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିବା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି । ଏଥିରେ ୯/୧୧ ଆକ୍ରମଣ ଏବଂ ୟୁକ୍ରେନ ଯୁଦ୍ଧ ଇତ୍ୟାଦି ସମିଲ ରହିଛି । ତେବେ ୨୦୨୪ ପାଇଁ ସେ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି । ତେବେ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ । କିନ୍ତୁ ତାଙ୍କର କିଛି ଭବିଷ୍ୟବାଣୀ ସତ ହେବାର ଦେଖା ଯାଇଥିବାରୁ ଏସବୁ ଭବିଷ୍ୟବାଣୀ ମଧ୍ୟ ସତ ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.