fbpx
BJD SKY
BJD SKY

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି ୪ ହଜାର ୧୫୮ ଜଣ ମତଦାତା

BJD

ଭୁବନେଶ୍ୱର: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ ହଜାର ୧୫୮ ଜଣ ମତଦାତା ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ୧ ହଜାର ୯୬୨ ଜଣ ୪୦ ପ୍ରତିଶତରୁ ଊଦ୍ଧ୍ୱର୍ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟିଯାକ ସଂସଦୀୟ କ୍ଷେତ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

କୋରାପୁଟ ଜିଲ୍ଲାରେ ପ୍ରଥମେ ଏପରି ମତଦାତାଙ୍କ ଭୋଟ୍‍ଗ୍ରହଣ କରାଯାଇଛି । ତେବେ କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ‘ଘରୁ ମତଦାନ’ ପ୍ରକ୍ରିୟା ପାଇଁ ରିଟର୍ଣ୍ଣିଂ ଅଫିସର ତାରିଖ ଏବଂ ସମୟର ଅବଧି ସ୍ଥିର କରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ‘ଘରୁ ମତଦାନ’ ବ୍ୟବସ୍ଥାକୁ ଏକ ଐତିହାସିକ ଓ ପ୍ରଗତିଶୀଳ ବ୍ୟବସ୍ଥା ବୋଲି ବର୍ଣ୍ଣନା କରିଛନ୍ତି । ଏହି ମତଦାତାଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଏହା ମୁକ୍ତ, ସ୍ୱଚ୍ଛ, ନିରପେକ୍ଷ, ଅବାଧ ଓ ସମ୍ମିଳିତ ନିର୍ବାଚନ ପ୍ରକ୍ରିୟାକୁ ପରିପୃଷ୍ଟ କରିବ ବୋଲି କହିଛନ୍ତି ।

Get real time updates directly on you device, subscribe now.