fbpx

(Video) କାହିଁକି ଏହି ଦୁଇ ବୁଥ୍‌ରେ ୨ ଥର ହେଲା ମତଦାନ; ଏହା ପଛରେ କ’ଣ ରହିଛି କାରଣ…

AAKASH

ବୌଦ୍ଧ: କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି ।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା ବୁଥରେ ନିର୍ବାଚନ ପରିଚାଳନାକୁ କେନ୍ଦ୍ରକରି ଭୋଟର ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ଲଙ୍କାକାଣ୍ଡର ରୂପ ନେଇଥିଲା। କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା ବୁଥରେ ନିର୍ବାଚନ ପରିଚାଳନାକୁ କେନ୍ଦ୍ରକରି ଭୋଟର ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ଲଙ୍କାକାଣ୍ଡର ରୂପ ନେଇଥିଲା।

ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ ଭୋଟିଙ୍ଗ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନେ କୌଣସି କାରଣ ନଥାଇ ହଠାତ ମତଦାନ ବନ୍ଦ କରିଦେଇଥିଲେ। ଏହାର ପ୍ରତିବାଦରେ ଉପସ୍ଥିତ ଭୋଟର ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଅବରୋଧ କରି ରି ପୋଲିଙ୍ଗ କରାଯାଉ ବୋଲି ଦାବି କରିଥିଲେ। ଅପର ପକ୍ଷରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସେକ୍ଟର ଅଫିସର ଏବଂ ଅନ୍ୟ ଅଧିକାରୀ ମାନେ ତରବରିଆ ଭାବେ ମତଦାନ ବାତିଲ କରି କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଇଭିଏମ ମେସିନ ନେଇ ଚାଲିଯିବାକୁ ଉଦ୍ୟମ କରିଥିଲେ।

ଏକଥା ଜଣାପଡିବାରୁ ରାଜପଥ ଅବରୋଧ କରିଥିବା ଲୋକେ ଉତ୍ୟକ୍ତ ହୋଇ ଉକ୍ତ ଗାଡିକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ ।ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଫାଙ୍କା ଗୁଳିଚଳନା ଓ ମୃଦୁ ଲାଠିଚାଳନା କରିଥିଲା ।ଏହାର ଜବାବରେ ଉପସ୍ଥିତ ଜନତା ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ ।ଜାତୀୟ ରାଜପଥ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଉଭୟ ପୋଲିସ ଓ ଜନସାଧାରଣ ଙ୍କ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ ।ତେବେ କୌଣସି ବିଶୃଙ୍ଖଳା ନଘଟି ଅଥବା କୌଣସି ଦଳୀୟ ପ୍ରାର୍ଥୀ କିମ୍ବା ସେମାନଙ୍କର ଏଜେଣ୍ଟ ଙ୍କର ଅଭିଯୋଗ ନଥାଇ କାହିଁକି ହଠାତ ମତଦାନ ଗ୍ରହଣ ବନ୍ଦ କରିଦିଅଗଲା।

ସେମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ କରାଗଲା ବୋଲି ସ୍ଥାନୀୟ ଭୋଟର ମାନେ ପ୍ରଶ୍ନ ଉଠାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୁଖ୍ୟ ନିର୍ବାଚନ କମିଶନ ଏ ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ୨୩ ତାରିଖ ଦିନ ପୁନଃ ମତଦାନ ପାଇଁ ନିର୍ଦେଶନାମା ଜାରି କରିଥିଲେ ।ତଦନୁଯାୟୀ ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ୱର-୨୬ ଓ ବୁଥ ନମ୍ବର-୨୮ ରେ ଆଜିଶାନ୍ତି ଶୃଙ୍ଖଳାର ସହ ହେଉଛି ପୁନଃ ମତଦାନ ହେଇଛି। ସକାଳ ୭ ଟା ରୁ ଭୋଟର ମାନେ ଶାନ୍ତିଶୃଙ୍ଖଳା ସହ ଭୋଟ ଦେବାପାଇଁ ଲାଇନ ଲଗାଇଛନ୍ତି । ଏହି ଦୁଇଟି ବୁଥରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ୪ଜଣ ମାଜିଷ୍ଟ୍ରେଟ।

Get real time updates directly on you device, subscribe now.