fbpx

ଦାନ୍ତ ମାଢ଼ୀରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ମିଳିବ ଆରାମ

AAKASH

ଓଡ଼ିଶା ଭାସ୍କର: ଅନେକ ସମୟରେ ଲକ୍ଷ କରିବେ ଦାନ୍ତ ସଫା କରିବା ସମୟରେ କିଛି ଲୋକମାନଙ୍କର ଦାନ୍ତମାଢିରୁ ରକ୍ତ ବାହାରିଥାଏ । ରକ୍ତ ବାହାରିବାର ଅନେକେ କାରଣ ରହିଥାଏ , ଜୋରରେ ବ୍ରସ କରବା ବା ଅନ୍ୟାନ ମାଡିର ସମସ୍ୟା । ଏହି ଘଟଣାକୁ କିଛି ଲୋକ ଅଣଦେଖା କରିଥାନ୍ତି । କିନ୍ତୁ ଏହାକୁ ଅଣଦେଖା ନକରି ତୁରନ୍ତ ଏ ଦିଗରେ ସମାଧାନ କରିବା ଆବଶ୍ୟକ । ଯେତେ ଶିଘ୍ର ସମାଧାନ ହେବ ସେତେ ଭଲ । ତେବେ ଏହାର ସମାଧାନ ଲାଗି କିଛି ଘରୋଇ ଉପାୟ ଆସନ୍ତୁ ଜାଣିବା..

୧. ଦାନ୍ତ ସଫା କରିବା- ଦାନ୍ତକୁ ଠିକ ଭାବରେ ସଫାସୁତରା ନ ରଖିଲେ ପରେ ଏହା ଦାନ୍ତ ମାଢିରୁ ରକ୍ତସ୍ରାବ ହୋଇଥାଏ । ତେଣୁ ଆପଣ ଗୋଟିଏ ଦିନରେ ଦୁଇଥର ବ୍ରସ କରିବା ଆରମ୍ଭ କରି ଦିଅନ୍ତୁ । ଦାନ୍ତ ସନ୍ଧିରୁ ଲାଗିଥିବା ଖାଦ୍ୟ ଗୁଡିକ ବାହାରି ଗଲା ପରେ ଉଭୟ ଦାନ୍ତ ଓ ମାଢି ସୁସ୍ଥ ରହିବ ।

୨. ହାଇଡ୍ରୋଜେନ ପେରକର ସାଇଡରେ ପାଟି ଧୋଇବା- ଦାନ୍ତ ସଫା କରିବା ଲାଗି କେବଳ ଟୁଥ ପେଷ୍ଟରେ ବ୍ରସ କରିଦେଲେ ହେବ ନାହିଁ । ଦାନ୍ତରୁ ରକ୍ତସ୍ରାବ ଜନିତ ସମସ୍ୟାରୁ ଉପକୃତ ହେବାକୁ ଚାହୁଁଥିଲେ ହାଇଡ୍ରୋଜେନ ପେରକସାଇଡରେ ପାଟିକୁ ଧୋଇବା ଦ୍ୱାରା ଅନେର ପରିମାଣରେ ଉପଶମ ମିଳିଥାଏ ।

୩. ଧୂମପାନ ଛାଡନ୍ତୁ – ଅତ୍ୟଧିକ ସିଗାରେଟ, ବିଡି, ହୁକ୍କା ଧୂମ୍ରପାନ କରିବା ଦ୍ୱାରା ଦାନ୍ତମାଢିରୁ ରକ୍ତସ୍ରାବ ବାହାରିଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ନିସାସେବନରୁ ଦୂରେଇ ରହିବାକୁ ପଡିବ ।

୪. ଭିଟାମିନ ସି ଖାଆନ୍ତୁ- ଭିଟାମିନ- ସି ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଏହା ବ୍ୟତୀତ ଯଦି ଆପଣ ପୃଷ୍ଟିକର ଖାଦ୍ୟ ଖାଆନ୍ତି ତେବେ ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ । ଏହାଛଡା ଆପଣ କମଳା, ଲେମ୍ବୁ, ଚେରି, ଗାଜର ଖାଇବାର ପରିମାଣ ବଢାନ୍ତୁ ।

Get real time updates directly on you device, subscribe now.