fbpx

(Video) T20 ୱାଲର୍ଡ କପ ପୂର୍ବରୁ ଆଇସିସି ଜାରି କଲା ନୂଆ Anthem

AAKASH

ନୂଆଦିଲ୍ଲୀ: ୧ ଜୁନରୁ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଆମେରିକା ମିଳିତ ଭାବେ ଆୟୋଜିତ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ ଏବେ ବିଶ୍ୱ କ୍ରିକେଟର ସମସ୍ତ ଆଇସିସି ଇଭେଣ୍ଟରେ ମଧ୍ୟ ବ୍ୟବହୃତ ହେବ । ଏଣିକି ଏହି ସଂଗୀତକୁ ଆଇସିସିର ବ୍ରାଣ୍ଡ ସଂଗୀତ ବୋଲି ବିବେଚନା କରାଯିବ । ଏହା ପୂର୍ବରୁ ଆଇସିସି ନିଜର କୌଣସି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ପୂର୍ବରୁ ଏଥିପାଇଁ ଏକ ଖାସ ଆନଥେମ ସଂଗକୁ ରିଲିଜ କରିଥିଲା, ହେଲେ ଏଥର ସେ କିଛି ଭିନ୍ନ କରିଛି ।

ଆଇସିସି ପକ୍ଷରୁ ଏହି ଅନଥେମର ଭିଡିଓକୁ ସୋସିଆଲ ମିଡିଆରେ ଜାରି କରାଯାଇଛି । ଏହି ସଂଗୀତରେ ଆଇସିସିର ଅନେକ ୱାଲର୍ଡ ଇଭେଣ୍ଟର କ୍ଲିପ ଦେଖାଯାଇଛି, ଯେଉଁଥିରେ ୱାନ ଡେ ୱାଲର୍ଡକପ, ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ ମୁକାବିଲାର କ୍ଲିପ ବ୍ୟତୀତ ଟି୨୦ ୱାଲର୍ଡ କପର ମ୍ୟାଚ ମଧ୍ୟ ସାମିଲ ଅଛି ।

Get real time updates directly on you device, subscribe now.