fbpx

ବିଳାସପୂର୍ଣ୍ଣ ବିମାନ ଯାତ୍ରାର ମଜା ନେଇପାରିବେ କୁକୁର, ଜାଣନ୍ତୁ କୁକୁର ଏବଂ ମାଲିକଙ୍କ ପାଇଁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: କୁକୁର ମାଲିକଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ କୁକୁର କମ୍ପାନୀ ବାର୍କ(BARK) କୁକୁରଙ୍କ ପାଇଁ ଏକ ବିମାନ ସେବା ଲଞ୍ଚ୍ କରିଛି । ଏହି ବିମାନର ନାଁ ହେଉଛି BARK Air । ଏହି ବିମାନ ମାଧ୍ୟମରେ କୁକୁରଙ୍କୁ ଫାର୍ଷ୍ଟ କ୍ଲାସ ଫ୍ଲାଇଟ୍ ସେବା ଯୋଗାଇ ଦେବା ପାଇଁ କମ୍ପାନୀ ଦାବି କରିଛି ।

BARK Air ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛି, ‘BARK Air ଆରମ୍ଭ ହେବାକୁ ଯାଉଛି ଯାହାକି ୧୦୦ ପ୍ରତିଶତ କୁକୁରଙ୍କ ପାଇଁ ଉଦ୍ଦିଷ୍ଟ ବିମାନ ହେବ । ଆମେ କୁକୁର ପ୍ରେମୀ ଏବଂ ଏହା ଦେଖି ଦେଖି ଥକି ଯାଇଛୁ ଯେ ଏପରି କୌଣସି ଡଗ୍ ଫ୍ରେଣ୍ଡଲି ବିକଳ୍ପ ନାହିଁ ଯାହା ସେମାନଙ୍କୁ ବିମାନ ଯାତ୍ରା କରାଇପାରିବ । କିନ୍ତୁ ବର୍ତ୍ତମାନ dogsflyfirst.com ୱେବସାଇଟକୁ ଯାଇ କୁକୁର ଫ୍ଲାଇଟ୍ ପାଇଁ ଟିକେଟ୍ ବୁକ୍ କରିପାରିବେ । ଏହି ସୁବିଧା ମେ ୨୩ରୁ ଆରମ୍ଭ ହେବାକୁ ଯାଉଛି । BARK Air ସପ୍ତାହରେ ଗୋଟିଏ ଦିନ ଚଳାଚଳ କରିବ । ଏହା ନ୍ୟୁୟର୍କ ୱେଷ୍ଟଚେଷ୍ଟର କାଉଣ୍ଟି ବିମାନବନ୍ଦରରୁ ହ୍ୱାଇଟ୍ ପ୍ଲେନ୍ସ ଏବଂ ଲସ୍ ଏଞ୍ଜେଲ୍‌ସ ପର୍ଯ୍ୟନ୍ତି ଯାତାୟାତ କରିବ । ଏହା ବ୍ୟତୀତ ମାସରେ ୨ ଥର ଲଣ୍ଡନ ଷ୍ଟେନଷ୍ଟେଡ୍ ବିମାନବନ୍ଦର ଯିବାର ସମ୍ଭାବନା ରହିଛି । ଏହି ଫ୍ଲାଇଟରେ ଗୋଟିଏ ମାଲିକ ସହ ଗୋଟିଏ କୁକୁର ପାଇଁ ବିମାନ ଶୁଳ୍କ ରହିଛି ୬ ହଜାର ଡଲାର ।’ ଏହା ସହ କୁକୁର ଏବଂ ମାଲିକକୁ ବିମାନରେ ପର୍ସନଲାଇଜ୍‌ଡ଼ ଏବଂ ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ ପାଇଁ ଚେଷ୍ଟା କରିଛି । ଏହା ଅନ୍ତର୍ଗତ ଯାତ୍ରୀଙ୍କ ପାଇଁ ଚେକ୍ ଇନ୍ ପ୍ରୋସେସକୁ ସହଜ କରାଯାଇପାରିବ । ବିଶେଷ କରି ସିକ୍ୟୁରିଟ ଚେକ୍ ପଏଣ୍ଟ ଏବଂ ସ୍କ୍ରିନିଂ ସମୟରେ କୁକୁର ମାଲିକଙ୍କୁ ସେଠାରେ ପ୍ରସ୍ତୁତ ଖାଦ୍ୟ ଦିଆଯିବ । କୁକୁରଙ୍କୁ ଶାନ୍ତ ରଖିବା ପାଇଁ ତାଙ୍କ ପସନ୍ଦର ସଂଗୀତ ଏବଂ ରଂଗ ବ୍ୟବହାର କରାଯିବ । ଟେକ୍ ଅଫ୍ ଏବଂ ଲ୍ୟାଣ୍ଡି ସମୟରେ କୁକୁରଙ୍କୁ ତାଙ୍କ ପସନ୍ଦର ଖାଦ୍ୟ ଦିଆଯିବା ସୁବିଧା ରହିଛି ।

Get real time updates directly on you device, subscribe now.