fbpx

ଓଡ଼ିଶା ଖଣି ନିଗମରେ ନିଯୁକ୍ତି: ଏପ୍ରିଲ ୧୫ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର । ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏପ୍ରିଲ ୧୫ ପୂର୍ବରୁ ପ୍ରାର୍ଥୀଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ଓ ମ୍ୟାନେଜର (ସୁରକ୍ଷା) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ସର୍ବାଧିକ ବୟସ ସୀମା ୪୭ ବର୍ଷ ଓ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ୩୮ ବର୍ଷ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା ହିସାବକୁ ନିଆଯିବ ।

ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ପ୍ରାର୍ଥୀଙ୍କର ଡିଫେନ୍ସ / ପାରା-ମିଲିଟାରୀ ସେବାରେ କମିଶନଡ ଅଫିସର ଭାବେ ଅତିକମରେ ୧୪ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ସେହିପରି ମ୍ୟାନେଜର (ସୁରକ୍ଷା) ପଦ ପାଇଁ ପ୍ରାର୍ଥୀ ଡିଫେନ୍ସ / ପାରା-ମିଲିଟାରୀ ସେବାରେ ଅତିକମରେ ୫ ବର୍ଷର କାର୍ଯ୍ୟ କରିଥିବେ ।

ବିଜ୍ଞପ୍ତି ଲିଙ୍କ: https://omcltd.in/Upload/career_post/fbfb0ef5458b4dfe856a9467bb4a5e00_20240314131011305.pdf

Get real time updates directly on you device, subscribe now.