fbpx

ଇସ୍ରାଏଲ ଉପରେ କାହିଁକି ଆକ୍ରମଣ କଲା ଇରାନ: ଏହା ପଛର କାରଣ କ’ଣ, ଜାଣନ୍ତୁ ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଯୁଦ୍ଧର କଳା ବାଦଲ ଛାଇଯାଇଛି । ଗତକାଲି ରାତି ଅଧରେ ଇସ୍ରାଏଲ ଉପରେ ଇରାନ ୧୦୦ରୁ ଅଧିକ ମିସାଇଲ ଓ ଡ୍ରୋନ୍ ମାଡ଼ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ଡ୍ରୋନଗୁଡ଼ିକରେ ବିସ୍ଫୋରକ ସାମଗ୍ରୀ ରହିଥିବା ମଧ୍ୟ କୁହାଯାଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ସେନା ତା’ର ପ୍ରତିରକ୍ଷା ବାହିନୀକୁ ଆକ୍ଟିଭ କରିବା ସହିତ ସେନାକୁ ହାଇ ଆଲର୍ଟ କରିଦେଇଛି । ତେବେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ମଧ୍ୟ କୁହାଯାଉଛି । ପଶ୍ଚିମ ଏସିଆରେ ଦେଖାଦେଇଥିବା ଏପରି ଯୁଦ୍ଧ ପରିସ୍ଥିତିକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଇସ୍ରାଏଲ ଉପରେ ଇରାନ କାହିଁକି ଆକ୍ରମଣ କଲା? ଏହା ପଛର କାରଣ କ’ଣ? ଗତ ୧ ତାରିଖରେ ଇସ୍ରାଏଲ ସିରିଆର ଡାମାସସ୍କଚରେ ଏୟାର ଷ୍ଟ୍ରାଇକ କରି ଇରାନୀୟ ଦୂତାବାସକୁ ଟର୍ଗେଟ କରିଥିଲା ଓ ସେଥିରେ ଦୁଇଜଣ ଟପ-ରାଙ୍କିଂ ପ୍ରାପ୍ତ ଇରାନୀୟ ଜେନେରାଲଙ୍କ ସମେତ ମୋଟ ୧୨ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଉକ୍ତ ଆକ୍ରମଣକୁ ‘ଇସ୍ରାଏଲୀ କ୍ରାଇମ୍ସ’ ବୋଲି ତେହରାନ ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷରେ ଉକ୍ତ ଆକ୍ରମଣକୁ ନେଇ ଇରାନ ପକ୍ଷରୁ ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ ନଥିଲା କି ଅଗ୍ରାହ୍ୟ ମଧ୍ୟ କରାଯାଇଥିଲା ।

ଇରାନ ପକ୍ଷରୁ ବହୁମାତ୍ରାରେ ଡ୍ରୋନ ଆକ୍ରମଣ କରାଯିବା ପରେ ଇସ୍ରାଏଲ ନିଜକୁ ରକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା ଇସ୍ରାଏଲ ପ୍ରତିରକ୍ଷା ବଳ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରାଏଲ ଅଭିମୁଖେ ଆସୁଥିବା ଡ୍ରୋନକୁ ମନିଟରିଂ କରାଯାଉଥିବା ଇସ୍ରାଏଲୀ ଆର୍ମିର ମୁଖପାତ୍ର ରିଅର ଆଡମିରାଲ ଡାନିଏଲ ହଗାରୀ କହିଛନ୍ତି । ଆକ୍ରମଣାତ୍ମକ ଓ ଆତ୍ମରକ୍ଷା ନେଇ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଷ୍ଟେଟ୍ ଅଫ୍ ଇସ୍ରାଏଲ ଓ ଇସ୍ରାଏଲର ଜନସାଧାରଣଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ତା’ର ସମସ୍ତ ଫୋର୍ସଙ୍କୁ ଅପରେଟ କରୁଥିବା ଶ୍ରୀ ହଗାରୀ କହିଛନ୍ତି ।

୧୪ ଦିନ ପୂର୍ବରୁ ସିରିଆର ଡାମାସସ୍କଚରେ ଏୟାର ଷ୍ଟ୍ରାଇକ କରି ଇରାନୀୟ ଦୂତାବାସକୁ ଇସ୍ରାଏଲ ଟର୍ଗେଟ କରିଥିଲା । ଫଳରେ ସେଥିରେ ଦୁଇଜଣ ଟପ-ରାଙ୍କିଂ ପ୍ରାପ୍ତ ଇରାନୀୟ ଜେନେରାଲଙ୍କ ସମେତ ମୋଟ ୧୨ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହି ଆକ୍ରମଣ ପଛରେ ଇସ୍ରାଏଲର ହାତ ଥିବା ଇରାନ ପକ୍ଷରୁ କୁହାଯାଇଥିଲେ ହେଁ ଇରାନ ପକ୍ଷରୁ ଅଫିସିଆଲ ଭାବେ ଏନେଇ କିଛି ସ୍ପଷ୍ଟିକରଣ ଜାରି କରାଯାଇନଥିଲା । ତେବେ ଏହି ଆକ୍ରମଣର ଜବାବ ଦିଆଯିବ ବୋଲି ଇରାନ ପକ୍ଷରୁ କୁହାଯାଇଥିଲା । ତେଣୁ ଖୁବଶୀଘ୍ର ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ପକ୍ଷରୁ ଆଶଙ୍କା କରାଯାଇଥିଲା ।

ଏହି ଆକ୍ରମଣ ପରେ ଇରାନକୁ ଆମେରିକା ସହଯୋଗର ହାତ ବଢ଼ାଇବା ସହ ଆକ୍ରମଣ ଅଞ୍ଚଳରେ ବହୁମାତ୍ରାରେ ସୈନ୍ୟଙ୍କୁ ମୁତୟନ କରିଛି । ମଧ୍ୟ ଏସିଆରେ ଦେଖାଦେଇଥିବା ଏପରି ଯୁଦ୍ଧ ପରିସ୍ଥିତିକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ମହାସଚିବ ଆଣ୍ଟୋନିଓ ଗୁଟେରସ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଇସଲାମିକ ରିପବ୍ଲିକ୍ ଅଫ୍ ଇରାନ ପକ୍ଷରୁ ଗତ ଶନିବାର ସନ୍ଧ୍ୟାରେ ଇରାନ ଉପରେ କରାଯାଇଥିବା ଡ୍ରୋନ୍ ଆକ୍ରମଣକୁ ସେ ଦୃଢ଼ ଭାବେ ନିନ୍ଦା କରିଛନ୍ତି ।

ଗାଜା ଷ୍ଟ୍ରିପରେ ହମାସ ମିଲିଟାଣ୍ଟସ ବିରୋଧରେ ଇସ୍ରାଏଲ ୬ ମାସ ଧରି ଚଳାଇ ଆସିଥିବା ଯୁଦ୍ଧକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଗତ ବର୍ଷ ଅକ୍ଟୋବର ୭ରେ ଇରାନ ସମର୍ଥିତ ଦୁଇ ଗ୍ରୁପ ହମାସ ଓ ଇସଲାମିକ ଜିହାଦ ଦ୍ୱାରା ସୀମା ବାହାରେ କରାଯାଇଥିବା ଆକ୍ରମଣକୁ ନେଇ ଯୁଦ୍ଧ ପରିସ୍ଥିତି ଘନେଇଥିଲା । ଉକ୍ତ ଆକ୍ରମଣରେ ଇସ୍ରାଏଲର ୧୨୦୦ ଜଣ ପ୍ରାଣ ହରାଇବା ସହ ୨୫୦ ଜଣଙ୍କୁ କିଡନାପ୍ କରାଯାଇଥିଲା । ଇସ୍ରାଏଲ ଦ୍ୱାରା ଗାଜାରେ କରାଯାଇଥିବା ଆକ୍ରମଣରେ ୩୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ହେଲଥ୍ ଅଫିସିଆଲ ପକ୍ଷରୁ ଜଣାପଡ଼ିଛି ।

ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନେଇ ଫ୍ରାନ୍ସ, ଜର୍ମାନୀ ଓ କାନାଡ଼ା ପରି ବହୁ ରାଷ୍ଟ୍ର ନିନ୍ଦା କରିଛନ୍ତି । ଏଭଳି ସ୍ଥିତିରେ ବ୍ରିଟେନ ପକ୍ଷରୁ ଇରାକ ଓ ସିରିୟାରେ ଇସଲାମିକ ଷ୍ଟେଟ ଗ୍ରୁପ ବିରୋଧରେ ଚାଲିଥିବା ଅପରେସନକୁ ମଜବୁତ କରିବା ପାଇଁ ୟୁକେ ପକ୍ଷରୁ ଅଧିକ ରୟାଲ ଏୟାର ଫୋର୍ସ ଜେଟସ ଓ ଏୟାର ରିଫୁଏଲିଂ ଟ୍ୟାଙ୍କର ପଠାଯାଇଛି । ଇସ୍ରାଏଲ ଉପରେ ମାଡ଼ କରାଯାଇଥିବା କିଛି ଡ୍ରୋନକୁ ଆମେରିକୀୟ ମିଲିଟାରୀ ସଫଳତାର ସହ କାବୁ କରିଥିବା ୟୁଏସ ଅଫିସିଆଲସ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.