fbpx

ଅଶନୀର ଗ୍ରୋଭର ଲଞ୍ଚ୍ କରିବେ ନୂଆ ଆପ୍ ZeroPe, ଜାଣନ୍ତୁ ଏହା BharatPe ଠାରୁ କିପରି ଭିନ୍ନ

ଓଡ଼ିଶା ଭାସ୍କର: BharatPeର ସହ ପ୍ରତିଷ୍ଠାତା ଏବଂ ପୂର୍ବତନ ଏମଡି ଅଶନୀର ଗ୍ରୋଭର ପୁଣି ଥରେ ଫିନଟେକ୍ ସେକ୍ଟରରେ ଲେଉଟାଣି ପାଇଁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ସେ ଏକ ନୂତନ ଆପ୍ ZeroPe ଲଞ୍ଚ୍ କରିବାକୁ ଯାଉଛନ୍ତି । ଏହି ଆପ୍ ୟୁଜର୍ସଙ୍କୁ ମେଡିକାଲ ଋଣର ସୁବିଧା ଦେଇଥାଏ । ଏହି ଆପ୍ ଏବେ ଟେଷ୍ଟିଂ ଫେଜରେ ଅଛି । ଗୁଗୁଲ ପ୍ଲେ ଷ୍ଟୋରର ଲିଷ୍ଟିଂ ଅନୁଯାୟୀ ଥାର୍ଡ଼ ୟୁନିକର୍ଣ୍ଣ କମ୍ପାନୀ ଦ୍ୱାରା ZeroPe ପ୍ରସ୍ତୁତ କରାଯାଇଛି । କହିରଖୁଛୁ ଛାଡ଼ିବା ପରେ ଅଶନୀର ଏହି କମ୍ପାନୀ ଆରମ୍ଭ କରିଥିଲେ ।

ZeroPe କ’ଣ ଏବଂ ଏହା କିପରି କାର୍ଯ୍ୟ କରିଥାଏ ?

ଦିଲ୍ଲି ସ୍ଥିତ ଘଈୠଉ ମୁକୁଟ ଫିନ୍‌ଭେଷ୍ଟ ସହ ତରକ୍ସକ୍ଟଚର ପାର୍ଟନରଶିପ୍ କରିଛି । କମ୍ପାନୀର ଅଫିସିଆଲ ୱେସାଇଟ୍ ଅନ୍ତର୍ଗତ କେବଳ ପାର୍ଟନରଶିପ୍ ଥିବା ହସ୍ପିଟାଲ ହିଁ ଏହି ଆପ୍ ସହ ଜଡ଼ିତ ସେବାର ଲାଭ ଉଠାଇ ପାରିବ । ଏହା ଅନ୍ତର୍ଗତ ୫ ଲକ୍ଷ ଟଙ୍କା ପର୍ଯ୍ୟର୍ନ୍ତ ଇନଷ୍ଟାଣ୍ଟ ପ୍ରି ଆପ୍ରୁଭ୍‌ଡ ମେଡିକାଲ ଲୋନ୍ ପ୍ରଦାନ କରାଯାଇପାରିବ । ZeroPe ଆପ୍ ବ୍ୟତୀତ Fibe, SaveIn, Neodocs, Kenko Qube Health, Arogya Finance and Mykare Health ପ୍ରମୁଖ ଏଭଳି ସୁବିଧା ପ୍ରଦାନ କରୁଛନ୍ତି ।

ଥାର୍ଡ଼ ୟୁନିକର୍ଣ୍ଣ କ’ଣ ?

୨୦୨୩ରେ ଅଶନୀର ନିଜ ପତ୍ନୀ ମାଧୁରୀ ଜୈନ୍ ଗ୍ରୋଭର ଏବଂ ଚଣ୍ଡିଗଡ଼ ବ୍ୟବସାୟୀ ଅସୀମ ଘାୱରୀଙ୍କ ସହ ମିଶି ଟେକ୍ ଷ୍ଟାର୍ଟଅପ୍ ‘ଥାର୍ଡ଼ ୟୁନିକର୍ଣ୍ଣ’ ଆରମ୍ଭ କରିଥିଲେ । ଫାଣ୍ଟାସି ଗେମିଂ ଆପ୍ ‘କ୍ରିକ୍ ପେ’ ସହ ଏହି କମ୍ପାନୀ ଆରମ୍ଭ ହୋଇଥିଲା । ଡ୍ରିମ୍ ୧୧, ମୋବାଇଲ୍ ପ୍ରିମିୟର ଲିଗ୍ ଏବଂ ଗେମ୍ସ 24×7 ର ମାୟ ୧୧ ସର୍କଲ ଭଳି ପ୍ରତିଦ୍ୱନ୍ଦୀଙ୍କୁ ଟକ୍କର ଦେବା ପାଇଁ ନିର୍ମିତ ହୋଇଥିଲା ।

 

Get real time updates directly on you device, subscribe now.