fbpx

ଗୁଳିର ଶବ୍ଦରେ କମ୍ପିଲା ଆମେରିକା! ଚିକାଗୋରେ ୩ ଶିଶୁଙ୍କ ସମେତ ୭ ଜଣ ଆହତ, ଗୁଳିକାଣ୍ଡର Video ଭାଇରାଲ

ନୂଆଦିଲ୍ଲୀ: ଆମେରିକାର ଇଲିନୋଇସ୍ ରାଜ୍ୟର ଚିକାଗୋ ସହରରେ ପୁଣି ଥରେ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଛି । ବ୍ୟାକ୍ ଅଫ୍ ଦି ୟାର୍ଡ ନାମକ ଏକ ଅଞ୍ଚଳରେ ଘଟିଥିବା ଏହି ଗୁଳିରେ ପିଲାମାନଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ ।

ଖବର ଅନୁଯାୟୀ, ଅତି କମରେ ୭ ଜଣଙ୍କୁ ଗୁଳି ବାଜିଛି, ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସମ୍ପର୍କରେ ସୂଚନା ମିଳିପାରି ନାହିଁ ।

ଏହି ଘଟଣା ପରେ ପ୍ରାୟ ୧୦ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଗୁଳି ବିନିମୟର କାରଣ ଏବଂ ସନ୍ଦିଗ୍ଧଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରୁ ମିଳିଥିବା ଫଟୋ ଏବଂ ଭିଡିଓରେ ଅନେକ ପୋଲିସ ଗାଡି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.