fbpx

ଆଜି ହନୁମାନ ଜୟନ୍ତୀରେ ସୃଷ୍ଟି ହେଉଛି ବହୁ ରାଜଯୋଗ, ଏହି ସମସ୍ତ ରାଶି ହେବେ ଲାଭବାନ

ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର‌୍ୟ ମାସ ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପର୍ବ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ପ୍ରଭୁ ହନୁମାନଙ୍କ ଜନ୍ମ ହୋଇଥିଲା । ତେଣୁ ଏହିଦିନ ପ୍ରଭୁଙ୍କ ପୂଜା କରିବାର ବିଧାନ ରହିଛି । କୁହାଯାଏ ଯାହାଙ୍କ ଉପରେ ହନୁମାନଜୀଙ୍କ କୃପା ରହିଛି ତାଙ୍କରକର ସମସ୍ତ ସମସ୍ୟା ଓ ଦୁଃଖ ଅଚିରେ ଦୂର ହୋଇଥାଏ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥର ହନୁମାନ ଜୟନ୍ତୀ ବହୁତ ଖାସ୍ ରହିଛି । ଏଥର ଗ୍ରହର ସଂଯୋଗରୁ ମୀନରାଶିରେ ପଞ୍ଚଗ୍ରହୀ ରାଜଯୋଗର ନିର୍ମାଣ ହେଉଛି । ଏହା ବ୍ୟତିତ ମେଷ ରାଶିରେ ବୁଧ ଓ ସୂର୍ଯ୍ୟ ମଳିତ ଭାବେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛନ୍ତି । କୁମ୍ଭ ରାଶିରେ ଶଶ ରାଜଯୋଗର ନିର୍ମାଣ ହେଉଛି । ଏହି ରାଜଯୋଗର ନିର୍ମାଣରୁ ୪ ରାଶିଙ୍କୁ ଜବରଦସ୍ତ ଫାଇଦା ମିଳିବ ।

ମେଷ ରାଶି:ଆଜିର ଦିନ ଏହି ରାଶିର ଜାତକଙ୍କ ଲାଗି ବହୁତ ଶୁଭ ରହିଛି । ଚାକିରିଜୀବୀଙ୍କ ସମସ୍ୟା ଦୂର ହେବ । ଆୟର ନୂଆ ବାଟ ଖୋଲିଯିବ । ଏହା ବ୍ୟତିତ ଚାକିରୀ ସନ୍ଧାନରେ ଥିବା ଲୋକମାନେ ଶୁଭ ସମାଚାର ପାଇବେ । କୋର୍ଟ କଚେରୀ ମାମଲା ଥିଲେ ତାହା ସମାଧାନ ହୋଇଯିବ ।
ମିଥୁନ:ଏହି ରାଶିର ଜାତକଙ୍କୁ ବହୁ ଶୁଭ ସମାଚାର ମିଳିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ସମାଜରେ ମାନ ସମ୍ମାନ ମିଳିବ । ପରିବାର ସହ ସମୟ କାଟିବାକୁ ଅଧିକ ସମୟ ମିଳିବ । କୌଣସି ଟ୍ରିପ୍‌ରେ ବି ଯାଇପାରନ୍ତି । ବ୍ୟବସାୟୀଙ୍କ ପାଇଁ ବି ସମୟ ଭଲ ରହିଛି । କୌଣସି ବଡ ଡିଲ୍ ସାଇନ୍ କରିପାରନ୍ତି ।
ବିଛା ରାଶି:ଏହି ରାଶିର ଜାତକଙ୍କ ଲାଗି ହନୁମାନ ଜୟନ୍ତୀ ବେଶ୍ ଶୁଭ ରହିବ । ଏହିଦିନରୁ ତାଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଯିବ । କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ । ଯେଉଁ ବିଦ୍ୟାର୍ଥୀ ବିଦେଶରେ ପଢିବାକୁ ଯୋଜନା କରୁଛନ୍ତି ତାଙ୍କୁ ସଫଳତା ମିଳିବ । ବ୍ୟବସାୟୀଙ୍କ କାରବାର ବୃଦ୍ଧି ପାଇବ ।
କୁମ୍ଭ:ଏହି ରାଶିର ଜାତକଙ୍କ ଲାଗି ହନୁମାନ ଜୟନ୍ତୀ ଶୁଭ ସମାଚାର ଆଣି ଆସିବ । ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଫସି ରହିଥିବା ଧନ ବି ଆପଣଙ୍କୁ ମିଳିଯିବ । ବ୍ୟବସାୟୀଙ୍କ ଲାଗି ସମୟ ଭଲ ରହିବ । ନିବେଶ ପାଇଁ ସମୟ ଅନୁକୂଳ ରହିବ ।

Get real time updates directly on you device, subscribe now.