fbpx
BSKY
BJD MS SKY
BJD YOUTH SKY

କାହିଁକି ସିନେ ଦୁନିଆରୁ ଦୂରେଇ ଗଲେ ଶାହରୁଖ? Future Plan କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ ଆଇପିଏଲ ଫିଭର ଦେଖିବାକୁ ମିଳୁଛି । ବିଶେଷ କରି ବଲିଉଡ ଷ୍ଟାର ଆଇପିଏଲରେ ନିଜ ନିଜ ଦଳକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ଦେଖାଯାଇଛି । ଆଇପିଏଲରେ ସେମାନଙ୍କ ଉପସ୍ଥିତି ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କୋଲକାତା ନାଇଟ ରାଇଡର୍ସର ବଲିଉଡର କିଙ୍ଗ ଖାନ୍ ଶାହରୁଖ ପହଞ୍ଚିଥିବା ବେଳେ ସେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହା ଭିତରେ ଶାହରୁଖଙ୍କୁ ନେଇ ଆଉ ଏକ ବୟାନ ଭାଇରାଲ ହେଉଛି । ଆଗକୁ ଶାହରୁଖ ଅଭିନୟ ଦୁନିଆରୁ ଦୂରେଇ ଯିବା ନେଇ ଚର୍ଚ୍ଚା ହେଉଛି ।

୨୦୨୩ ଶାହରୁଖଙ୍କ ପାଇଁ ଖୁବ ସଫଳତାର ବର୍ଷ ପାଲଟିଛି । ଏହି ବର୍ଷ ଶାହରୁଖ ୩ଟି ଫିଲ୍ମ କରିଥିବା ବେଳେ ସମସ୍ତ ଫିଲ୍ମ ସୁପରହିଟ ହୋଇଛି । ଜାନୁୟାରୀରେ ଶାହରୁଖଙ୍କ ଅଭିନୀତ ‘ପଠାନ୍’ ହଜାର କୋଟି ଉପରେ ଆୟ କରିଥିବା ବେଳେ ସେପ୍ଟେମ୍ବରରେ ‘ଜୱାନ୍’ ମଧ୍ୟ ବକ୍ସ ଅପିସରେ କମାଲ ପ୍ରଦର୍ଶନ କରିଛି । ସେହିପରି ଡିସେମ୍ବରରେ ରିଲିଜ ହୋଇଥିବା ‘ଡଙ୍କି’ ମଧ୍ୟ ଦର୍ଶକଙ୍କୁ ଛୁଇଁ ପାରିଛି । ତେବେ ଏହାପରେ ଶାହରୁଖ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଗୋଟିଏ ବର୍ଷରେ ୩ଟି ସୁପରହିଟ ବ୍ଲକବଷ୍ଟର ସିନେମା ଦେବା ପରେ ସେ ଥକି ଯାଇଛନ୍ତି । ତେଣୁ ବର୍ତ୍ତମାନ କିଛି ଦିନ ପାଇଁ ସେ ଫିଲ୍ମରୁ ଦୂରେଇ ରହିବେ ବା ବ୍ରେକ ନେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏ ନେଇ ସେ ପୂର୍ବରୁ ଚିନ୍ତା କରିଥିଲେ, ଆଇପିଏଲ ସମୟରେ ୫-୬ ମାସ ଫିଲ୍ମ ଦୁନିଆରୁ ବ୍ରେକ ନେଇ କୋଲକାତା ନାଇଟ ରାଇଡର୍ସ ସହ ସମୟ ବିତାଇବାକୁ ଶାହରୁଖ ଯୋଜନା କରିଥିଲେ । ତେବେ ଜୁନ୍ ମାସ ପର୍ଯ୍ୟନ୍ତ ଶାହରୁଖ କୌଣସି ଫିଲ୍ମ କରିବେ ନାହିଁ । ତେବେ ଜୁନ୍ ଲାଷ୍ଟରୁ ଜୁଲାଇ କିମ୍ବା ଅଗଷ୍ଟରେ ଆଗାମୀ ପ୍ରୋଜେକ୍ଟରେ ଶାହରୁଖ ନିଜ କାମ ଆରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଚଳିତବର୍ଷ ଶେଷ କିମ୍ବା ଆସନ୍ତାବର୍ଷର ପ୍ରଥମରେ ଫ୍ୟାନ୍ସମାନଙ୍କୁ ଶୁଭ ଖବର ଦେଇପାରନ୍ତି ବୋଲି କହିଛନ୍ତି କିଙ୍ଗ ଖାନ୍ ।

Get real time updates directly on you device, subscribe now.